31.1 C
Bhubaneswar
Friday, March 29, 2024
Homeଓଡିଶାବାଇକ୍ ସହ ବଢିପାଣିରେ ଭାସିଗଲେ ଦମ୍ପତି : ଧାନବିଲରୁ ମିଳିଲା ସ୍ତ୍ରୀଙ୍କ ମୃତଦେହ

ବାଇକ୍ ସହ ବଢିପାଣିରେ ଭାସିଗଲେ ଦମ୍ପତି : ଧାନବିଲରୁ ମିଳିଲା ସ୍ତ୍ରୀଙ୍କ ମୃତଦେହ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ନାରୀଗୋଛା ଗାଁ ନିକଟରେ ବୁଧବାର ରାତିରେ ବଢିପାଣିରେ ଜଣେ ଦମ୍ପତି ବାଇକ ସହ ଭାସିଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ସୌଭାଗ୍ୟବଶଃତ ସ୍ୱାମୀଙ୍କ ଜୀବନ ବଞ୍ଚିଯାଇଥିବାବେଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ନାରୀଗୋଛା ଗାଁ ନିକଟ ପିଙ୍ଗୁଝୋଳା ଗାଁର ରଞ୍ଜିତ ନାୟକ ଓ ତାଙ୍କ ସ୍ତ୍ରୀ ମୋନାଲିସା କୌଣସି କାମରେ ଭଞ୍ଜନଗର ଯାଇଥିଲେ । କାମସାରି ସ୍ୱାମୀ, ସ୍ତ୍ରୀ ଦୁହେଁ ବାଇକ୍ ଯୋଗେ ବୁଧବାର ରାତି ପ୍ରାୟ ୮ଟାରେ ଗାଁକୁ ଫେରୁଥିଲେ । ନାରୀଗୋଛା ଗାଁ ନିକଟ ଚାକୁଣ୍ଡା ନାଳରେ ବଢିପାଣି ଆସିଯିବାରୁ ତାହା ରାସ୍ତା ଉପରକୁ ମାଡ଼ି ଆସିଥିଲା । ଯାହାଫଳରେ ଭାରସାମ୍ୟ ହରାଇ ରଞ୍ଜିତଙ୍କ ବାଇକ୍ ନାଳ ଭିତରକୁ ଖସିଯାଇଥିଲା । ଉଭୟ ସ୍ୱାମୀ, ସ୍ତ୍ରୀ ପାଣି ସୁଅରେ ଭାସିଯାଇଥିଲେ । କିଛିଦୂର ଭାସିଯିବା ପରେ ରଞ୍ଜିତ ଏକ ବୁଦାରେ ଲାଗିଥିଲେ । ତାଙ୍କର ଚିତ୍କାର ଶୁଣି ଆଖପାଖ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । କିନ୍ତୁ ପାଣି ଭିତରକୁ ପଶିବାକୁ କେହି ସାହସ କରିପାରିନଥିଲେ । କିଛି ସମୟ ପରେ ଘଟଣା ସ୍ଥଳରେ ଭଞ୍ଜନଗର ଅଗ୍ନିଶମ କର୍ମଚାରୀ ଓ ଗାଲେରୀ ଫାଣ୍ଡି ପୁଲିସ ପହଞ୍ôଚ ରଞ୍ଜିତଙ୍କୁ ଉଦ୍ଧାର କରିଥିଲେ । ଅପରପକ୍ଷରେ ଗୁରୁବାର ସକାଳୁ କିଛି ଦୂରରେ ମୋନାଲିସାଙ୍କ ମୃତଦେହ ପଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପରିବାର ଲୋକଙ୍କ କହିବା ପ୍ରକାରେ ଗତ ପାଞ୍ଚ ବର୍ଷ ପୂର୍ବରୁ ରଞ୍ଜିତଙ୍କ ବିବାହ ହୋଇଥିଲା । ତାଙ୍କର ୩ ବର୍ଷର ପୁଅଟିଏ ମଧ୍ୟ ଅଛି । ଏବେ ଏହି ସନ୍ତାନର ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛନ୍ତି ପରିବାର ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking