39.8 C
Bhubaneswar
Thursday, April 18, 2024
Homeଅପରାଧବେକରେ ଲୁଗା ଲଗାଇ ନବଦମ୍ପତି ଙ୍କ ଆତ୍ମହତ୍ୟା

ବେକରେ ଲୁଗା ଲଗାଇ ନବଦମ୍ପତି ଙ୍କ ଆତ୍ମହତ୍ୟା

ଯାଜପୁର- ବେକରେ ଲୁଗା ଲଗାଇ ନବଦମ୍ପତି ଙ୍କ ଆତ୍ମହତ୍ୟା । ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଦମ୍ପତି ଏପରି କରିଥିବା ପୁଲିସ ଅନୁମାନ କରି କରି ତଦନ୍ତ ଆରମ୍ଭ କରିିବା ସହ ଶବ ବ୍ୟବଛେଦ ଲାଗି ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇଛି । ଅଧିକା ତଦନ୍ତ ଲାଗି ସାଇଣ୍ଟଫିକ ଟିମ ର ସହାୟତା ନିଆଯିବ । ସୂଚନା ଅନୁସାରେ ବିଂଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ ବୟସ ୩୩ ଅନିତା ନାଥ ଓରଫ ପୁଜା ଙ୍କୁ ଗତ ବର୍ଷ ଜୁଲାଇ ମାସରେ ବିବାହ କରିଥିଲେ । ଦୀପକ ହାଇଦ୍ରାବାଦରେ ଏକ ହୋଟଲେ କାର୍ଯ୍ୟ କରୁଥିବା ବେଳେ କରୋନା ପାଇଁ ଭଲ ରୋଜଗାର ନଥିବାରୁ ଘରେ ରହୁଥିଲେ। ଝିଅକୁ ତାଙ୍କ ଶାଶୁ ଓ ନଣନ୍ଦ ନିର୍ଯାତନା ଦେଉଥିବା କାରଣରୁ ୬ ମାସ ‌ହେଲା ବାପ ଘରେ ରହୁଥିଲେ ଝିଅ । ଗତ ୧୧ ତାରିଖରେ ଦୀପକ ଘରକୁ ଫେରିଥିବା ବେଳେ ଅନିତା ମଧ୍ୟ ଶାଶୁଘରକୁ ଆସିଥିଲେ। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ଥିଲା । ଗତ କାଲି ସେ ଝିଅ ସହ କଥା ହୋଇଥିଲେ । ଉଭୟ ଙ୍କୁ ଜ୍ବାଇଁ ର ମା ଭଉଣୀ ମାମୁଁ ଓ ଦାଦା ମାରିଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର । ସେପଟେ ଦୀପକ ଲକ ଡାଉନ ସମୟରେ ବିବାହ କରିଥିଲେ ଧାର କରଜ ସହ ଭଉଣୀ ବାହାଘର ଲାଗି ଚିନ୍ତିତ ଥିଲେ । ସେଥିଲାଗି ସେମାନେ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ସେପଟେ ବିଂଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣାର ସତ୍ୟାସତ୍ୟ ବାହାର କରିବା ଲାଗି ସାଇଣ୍ଟଫିକ ଟିମର ସହାୟତା ନେଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking