୨୪ଘଣ୍ଟାରେ ୭୪,୪୪୨ କରୋନା ଆକ୍ରାନ୍ତ ଚିହ୍ନଟ, ୭୬,୭୩୭ଜଣ ସୁସ୍ଥ

corona testing, all patients information

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ହଜାର ଉପରେ ରହୁଛି। ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୦୨ ହଜାର ୬୮୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୦୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୭୪ ହଜାର ୪୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୨୩ ହଜାର ୮୧୬କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୯ଲକ୍ଷ ୩୪ ହଜାର ୪୨୭ ଜଣ ଚିକିତ୍ସିତ ହେଉଥିବା ବେଳେ ୫୫ ଲକ୍ଷ ୮୬ ହଜାର ୯୦୩ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ବର୍ତ୍ତମାନ ମୃତ୍ୟୁହାର ୧.୫୫ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୮୪.୩୪ ପ୍ରତିଶତ ରହିଛି। ସାରା ବିଶ୍ବରେ ଭାରତର ସୁସ୍ଥତାର ହାର ଏବେ ସବୁଠାରୁ ଅଧିକ ରହିଛି। ତା’ ପଛକୁ ରହିଛି ଆମେରିକା। ଆମେରିକାରେ ଏଯାବତ୍ ୪୮୪୯୦୩୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here