26.1 C
Bhubaneswar
Friday, March 29, 2024
Homeଓଡିଶାନକଲି ମେଡିସିନ ଉପରେ ଲାଗିବ ରୋକ୍

ନକଲି ମେଡିସିନ ଉପରେ ଲାଗିବ ରୋକ୍

ଭୁବନେଶ୍ୱର: ନକଲି କାରବାର ରାଜ୍ୟରେ ଅହେତୁକ ଭାବେ ବୃଦ୍ଧି ପାଇଛି । ଏନେଇ ଆକ୍ସନ ମୋଡ଼କୁ ଆସିଛନ୍ତି ରାଜ୍ୟ ସରକାର । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏବେ ପ୍ରତ୍ୟେକ ଜିଲ୍ଲାରେ ଫୋନ ନମ୍ବର ଜାରି କରିବେ । ସୂଚନାଦାତା ନିଜର ନାମ ଗୋପନ ରଖି କୌଣସି ସୂଚନା ଦେଇ ପାରିବେ । ଜନସାଧାରଣଙ୍କୁ ଅବଗତି ନିମନ୍ତେ ଏନେଇ ଖୁବଶୀଘ୍ର ଗଣମାଧ୍ୟମରେ ବିଜ୍ଞାପନ ଜାରି କରାଯିବ । ରାଜ୍ୟ ଡ୍ରଗ୍ କଣ୍ଟ୍ରୋଲର ନିର୍ଦ୍ଦେଶାଳୟ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ।

ସୂଚନା ମୁଦବକ, ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସ୍ୱୀକୃତିପ୍ରାପ୍ତ କମ୍ପାନୀଙ୍କ ପାଖକୁ ଚିଠି ଲେଖା ଯାଇଛି । କମ୍ପାନୀମାନେ ଏଣିକି ଅଧିକରୁ ଅଧିକ ଭିଜିଲାନ୍ସ ଅଧିକାରଙ୍କୁ ନିଯୁକ୍ତି ଦେବେ । ଏହି ଅଧିକାରୀମାନେ ନିୟମିତ ଭାବେ ମେଡିସିନ ଓ କମ୍ପାନୀ କାରବାର ଉପରେ ଯାଞ୍ଚ କରି ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବେ । ଏନେଇ ଖୁବଶୀଘ୍ର ସମ୍ବଲପୁରରେ ଟେଷ୍ଟ ଲାବୋରେଟୋରି କାର୍ଯ୍ୟକ୍ଷମ ହେବ । ନକଲି ମେଡିସିନର ପ୍ରଭାବକୁ ରୋକିବା ପାଇଁ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏକ ଅନୁଧ୍ୟାନ କମିଟି ଗଠନ କରାଯାଇଛି ।

ନକଲି ମେଡିସିନ କାରବାର ବିଷୟରେ ଜଣାପଡ଼ିବା ପରେ ରାଜ୍ୟର ବିଭିନ୍ନ ମେଡିସିନ ଦୋକାନରେ ଚଢ଼ାଉ କରାଯାଇଥିଲା । ନକଲି ଔଷଧ ବିଷୟର ଅଧିକ ତଥ୍ୟ ପାଇବା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ମୁମ୍ବାଇ ଗସ୍ତ କରିଥିଲା । ସୁଦୀପ ମୁଖାର୍ଜୀ ଏହି କଳା କାରବାରର ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ତାଙ୍କର ମାକ୍ସ କମ୍ପାନୀରୁ କଟକର ଏକ ସଂସ୍ଥା ମେଡିସିନ ଆଣିଥିଲା । କଟକର ମାଣିକଘୋଷ ବଜାରସ୍ଥିତ ଦୁଇଟି ଔଷଧ ଏଜେନ୍ସିରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ଔଷଧ ବଜାରକୁ ଛଡ଼ା ଯାଇଥିଲା । ଏପରିକି ଦିଲ୍ଲୀ, କୋଲକାତା, ଗୁଜରାଟକୁ ମଧ୍ୟ ନକଲ ଔଷଧ ପଠାଯାଇଥିବା ଜଣାପଡ଼ିଥିଲା । ଏହି ନକଲି ମେଡିସିନ ମଣିଷ ପାଇଁ ବ୍ୟବହାର ଅନୁପଯୋଗୀ ବୋଲି ଲ୍ୟାବ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking