ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୂର୍ନୀତି ,କୁଡିଆରେ ଆଶ୍ରୟ ନେଇଛନ୍ତି ବୃଦ୍ଧ ଦମ୍ପତି

କଳାହାଣ୍ଡି: ସରକାର ଜନସାଧାରଣଙ୍କ ସୁବିଧା ଲାଗି ଅନେକ ଯୋଜନା କରିଚାଲିଛନ୍ତି । କିନ୍ତୁ ପ୍ରଶାସନିକ ଅପାରଗତା ଯୋଗୁଁ ଏହି ଯୋଜନା ସବୁ ବାଟବଣା ହେବାରେ ଲାଗିଛି । ସେହିପରି ପ୍ରକୃତ ହିତାଧିକାରୀ ମଧ୍ୟ ଏହି ସବୁ ଯୋଜନାରୁ ବାଦ ପଡୁଛନ୍ତି । ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ସ୍ଥିତ ଯମୁନାପୁର ରେ । ଉକ୍ତ ଗ୍ରାମର ଦେବାର୍ଚ୍ଚନ ସାହୁ ଜଣେ ଗରିବ ଶ୍ରେଣୀର ଅଟନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ନାଁ ଥିଲେ ମଧ୍ୟ ଦୀର୍ଘ ଦିନ ଧରି ବ୍ଲକ୍ ଓ ପଞ୍ଚାୟତର ଦ୍ବାରସ୍ଥ ହେଲେ ମଧ୍ୟ ତାଙ୍କୁ ସୁଫଳ ମିଳିନାହିଁ । ଦୁଃଖର ବିଷୟ ତାଙ୍କ ନାଁରେ ଘର ଅନ୍ତର୍ଭୁକ୍ତ ହୋଇ ଉକ୍ତ ପଞ୍ଚାୟତର ଖଲିଆପାଲି ଗାଁର ଅନ୍ୟଜଣେ ଦେବାର୍ଚ୍ଚନ ସାହୁଙ୍କ ନାଁରେ ଅଟକଳ ଏକ ଲକ୍ଷ ଟଙ୍କାର ବିଲ ଉଠାଇଥିବା ଅଭିଯୋଗ ହୋଇଛି । ଅପରପକ୍ଷେ ଘର ଖଣ୍ଡିଏ ନଥିବାରୁ ଦେବାର୍ଚ୍ଚନ ପାଇଖାନାରେ ରୋଷେଇ କରିବା ସହ ଭଙ୍ଗାଘରେ ରହୁଥିବା ଦେଖବାକୁ ମିଳୁଛି । ସେହିପରି ଉକ୍ତ ବ୍ଲକର ଇନ୍ଦିରା ଆବାସ ଦୁର୍ନୀତିସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବାରମ୍ବାର ଗଣମାଧ୍ୟମରେ ଅଭିଯୋଗ ହେଲେ ମଧ୍ୟ ପ୍ରଶାସନ କାହିଁକି ଚୁପ ରହୁଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଉକ୍ତ ପଞ୍ଚାୟତ ଓ ବ୍ଲକର କିଛି ଅସାଧୁ କର୍ମଚାରୀ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା ପାଇଁ ଲାଞ୍ଚ ମାଗୁଥିବାର ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏନେଇ ବିଡିଓଙ୍କ ମତାମତ ନେବା ଲାଗି ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିବା ବେଳେ ତାଙ୍କ ଫୋନ ବିଛିନ୍ନ ହୋଇଥିଲା । ତେଣୁ ଜିଲ୍ଲା ପ୍ରଶାସନ ଏହାର ଉଚିତ ତଦନ୍ତ କରିବା ସହ ଅସାଧୁ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here