34.1 C
Bhubaneswar
Thursday, April 25, 2024
Homeଓଡିଶାମନରେଗା କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

ମନରେଗା କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଚାଉଳିଆ ଗ୍ରାମ ପଂଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ (ଏମ୍‌.ଜି.ଏନ୍‌.ଆର୍‌.ଇ.ଜି.ଏସ୍‌) ପ୍ରକଳ୍ପ ଗୁଡିକରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ବିଭାଗୀୟ ଅଧିକାରୀ ଓ ସଂପୃକ୍ତ ଠିକାଦାର ଚଂଚକତାର ସହିତ ମିଥ୍ୟା ବିଲ୍ କରି ଲକ୍ଷ୍ୟାଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଚାଉଳିଆ ପଂଚାୟତର ଚାଉଳିଆ ଖମାର ଗ୍ରାମରେ ମନରେଗା ଯୋଜନାରେ ଖମାର ଶ୍କସାନ ପଡିଆ, ଖମାର ଶ୍ମସାନ ଘାଟ, ଖମାର କୁଶବଣିଆ ଠାରେ ତିନୋଟି ପ୍ରକଳ୍ପ ବାବଦକୁ ୧୫ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ତେବେ ପଂଚାୟତର କିଛି ଅସାଧୁ କର୍ମଚାରୀ ତଥା ସଂପୃକ୍ତ ଥିବା ଠିକାଦାରଙ୍କ ମିଳିତ ସହଯୋଗରେ କାମ କରାନଯାଇ ଚଂଚକତାର ସହିତ ମଥ୍ୟା ବିଲ୍ ବନାଇ ଲକ୍ଷ୍ୟାଧିକ ଟଙ୍କା ଆତ୍ମସାତ ହୋଇଥିବା ଖମାର ଗ୍ରାମର କିଛି ଲୋକ ଅଭିଯୋଗ ଆଣିଛନ୍ତି । ଏହି ମହା ଦୁର୍ନୀତିର କ୍ଷେତ୍ରସ୍ତରୀୟ ତଦନ୍ତ କରାଗଲେ ପଂଚାୟତରେ ଆହୁରୀ ଅନେକ ଦୁର୍ନୀତିର ପର୍ଦାଫାର୍ସ ହୋଇ ପାରିବ ବୋଲି ଗ୍ରାମବାସୀ କରହିଛନ୍ତି । ଦୁର୍ନୀତିର ଉପଯୁକ୍ତ ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking