32.1 C
Bhubaneswar
Thursday, March 28, 2024
Homeଓଡିଶାନିଯୁକ୍ତି କ୍ଷେତ୍ରରେ ବଡ ଦୁନୀତି ସାମନାକୁ ଆସିଛି  ରାଜ୍ୟସରକାର ତୁରନ୍ତ ଏହାର ପର୍ଦ୍ଦାଫାସ କରନ୍ତୁ-...

ନିଯୁକ୍ତି କ୍ଷେତ୍ରରେ ବଡ ଦୁନୀତି ସାମନାକୁ ଆସିଛି  ରାଜ୍ୟସରକାର ତୁରନ୍ତ ଏହାର ପର୍ଦ୍ଦାଫାସ କରନ୍ତୁ- ଏବିଭିପି

ବଲାଙ୍ଗିର,- କୌଣସି କାରଣରୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଥିଲା । ଏହି ଚଢଉରେ ଅନ୍ୟନ୍ୟ କାଗଜ ପତ୍ର, କୋଟୋ କୋଟି ଟଙ୍କାର ସୁନା ଗହଣା ବରାମତ ହେବା ସହ ଚାକାରୀ ଆଶାୟୀଙ୍କ ଏଡମିଟ କାର୍ଡ ଓ ଅନ୍ୟାନ୍ୟ କାଗଜ ପତ୍ର ମଧ୍ୟ ଜବତ ହେଉଛି । ଯାହା ନିଯୁକ୍ତି ଦେବାରେ ଏହି କାଗଜ ପତ୍ରର ବ୍ୟବହାର କରାଯିବା ସହ ଏକ ବଡ ଧରଣର ଦୁନୀତି ହେଉଥିବା ସ୍ପଷ୍ଟ କରୁଛି । ତେବେ ଲଜ୍ଜ୍ୟାଜନକ ଭାବେ ଏଭଳି ଘଟଣା ବାରମ୍ବାର ହେଉଛି । କେଉଠୀ ପ୍ରଶ୍ନ ପତ୍ର ଲିକ ତ କୋଉଠି ଚାକିରୀ ଅଶାୟୀଙ୍କ ଭବିଷ୍ୟତ ସହ ଖେଳ ଖେଲା ଯାଉଛି । ପୂର୍ବରୁ ମଧ୍ୟ ଏଏସଓ ପରୀକ୍ଷାରେ ଦୁନୀତି ବିରୁଦ୍ଧରେ ଉଠିଥିବା ସ୍ୱରକୁ ଚାପି ଦେବା ଉଦ୍ୟମ କରଯାଇଥିଳା । ସେହିପରି ମାଟ୍ରିକ ପରୀକ୍ଷା ଢାରୁ ବଡ ବଡ ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଅବସ୍ଥା ଏଭଳି ରହିଛିା ଏଣୁ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ବଲାଙ୍ଗିର ପକ୍ଷରୁ ଏଭଳି ଘଟଣାର ଦୃଢ ନିନ୍ଦା କରାଯାଇଛି । ଏହି ଘଟଣାରେ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ଓ ପରିକ୍ଷାଥିମାନଙ୍କୁ ତାଙ୍କି ହକ ନମିଳିଲେ ଏବିଭିପିର ରାଜ୍ୟ ସଂପାଦକ ସୌଭାଗ୍ୟ ମହାନ୍ତି ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ କରାଯୀବ ବୋଲି ଚେତାଇ ଦେଇଛନ୍ତି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ସହ ସଂପାଦକ ବିଜୟ କଲତା,ସରୋଜ ସାହୁ,ଉତ୍ତମ ବରାଡ,ବିଜୟ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking