40.1 C
Bhubaneswar
Thursday, April 25, 2024
Homeଓଡିଶାଅଙ୍ଗନବାଡ଼ିକର୍ମୀଙ୍କ  ବିରୋଧରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ

ଅଙ୍ଗନବାଡ଼ିକର୍ମୀଙ୍କ  ବିରୋଧରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ

ମୟୂରଭଞ୍ଜ(ଘାସିରାମ ବେହେରା)- ସରକାରଙ୍କ ଲକ୍ଷ୍ୟ ଠାରୁ ଦୂରେଇ ଯାଉଛି ଅଙ୍ଗନବାଡି କେନ୍ଦ୍ର। କାର୍ଯ୍ୟରତ କର୍ମିଙ୍କ ଅସାଧୁ ମନୋଭାବ, ଦାୟିତ୍ବହୀନତା,କର୍ତ୍ତବ୍ୟ ପାଳନରେ ଆନ୍ତରିକତାର ଅଭାବ ଯୋଗୁଁ ଦେଖାଦେଇଛି ଅସନ୍ତୋଷ। ଏହାବ୍ୟତୀତ କେନ୍ଦ୍ରକୁ ଆସୁଥିବା ପିଲାମାନଙ୍କୁ ଜାତିଆଣ ଭେଦଭାବ ରଖି ସେବା ଯୋଗାଇବା ଭଳି ଘଟଣା ସାଙ୍ଗକୁ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ଖାଦ୍ୟସାମଗ୍ରୀ ବଣ୍ଟନ ନ କରିବା ଘଟଣା ଅସନ୍ତୋଷକୁ ଅଧିକ ତୀବ୍ର କରିଥିବା ଜଣାପଡିଛି। ସେହିଭଳି କରୋନାକୁ ନେଇ ଲକଡାଉନ ରହିଥିବା ସତ୍ତ୍ୱେ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ କର୍ମୀ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ଠାରୁ ଯଥେଷ୍ଟ କମ ପରିମାଣର ବଣ୍ଟନ କରିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ କେନ୍ଦ୍ର ପକ୍ଷରୁ ପ୍ରାୟତଃ ଆସୁଥିବା ଖାଦ୍ୟସାମଗ୍ରୀ ହିତାଧିକାରୀଙ୍କୁ ବଣ୍ଟନ ହେଉନଥିବା ଭଳି ଗୁରୁତ୍ତର ଅଭିଯୋଗ ହୋଇଛି।ଏଭଳି ବିବାଦୀୟ ତଥା ସଙ୍ଗୀନ ଅଭିଯୋଗରେ ଛନ୍ଦି ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅନ୍ତର୍ଗତ ଭଗାବନ୍ଦୀ ଅଙ୍ଗନବାଡ଼ି କେନ୍ଦ୍ରରେ। ତେବେ ଏହି କେନ୍ଦ୍ରରେ କାର୍ଯ୍ୟରତ କର୍ମିଙ୍କ ଦ୍ଵାରା ଦୀର୍ଘବର୍ଷରୁ ଗ୍ରାମବାସୀମାନେ ଠକାମୀ ଏବଂ ଶୋଷଣର ଶିକାର ହୋଇଆସୁଥିବାରୁ ଏହାର ତଦନ୍ତ ସହିତ ସମ୍ପୃକ୍ତ କର୍ମୀଙ୍କୁ ବହିଷ୍କାର ଦାବିକରି ସିଡିପିଓ , ଜିଲ୍ଲା ସମାଜମଙ୍ଗଳ ଅଧିକାରୀ,ଉପଜିଲ୍ଲାପାଳ, ଜିଲ୍ଲାପାଳ, ବିଧାୟକ, ସାଂସଦ,୫-ଟି ସଚିବ, ମୁଖ୍ୟମନ୍ତ୍ରୀଙ୍କ ଠାରେ ଲିଖିତ ଅଭିଯୋଗ କରି ଜଣାଇଛନ୍ତି। ସୂଚନାଯୋଗ୍ୟ, ନିର୍ଦ୍ଧାରିତ ପରିମାଣ ଠାରୁ ଯଥେଷ୍ଟ କମ ଖାଦ୍ୟସାମଗ୍ରୀ, ଅଣ୍ଡା,ଛତୁଆ ଦେଇଥିବା ଅଭିଯୋଗ କରି  ଗତ ଏପ୍ରିଲ୍ ୧୦ ତାରିଖ ଭାଗବନ୍ଧି ଗ୍ରାମର ଶତାଧିକ ମହିଳା ଅସନ୍ତୋଷ ଜାହିର କରିବା ସହିତ ରରୁଆଁ ବ୍ଲକ ସିଡିପିଓ ଙ୍କୁ ଜଣାଇଥିଲେ।ଘଟଣାର ତଦନ୍ତ ପାଇଁ କେନ୍ଦ୍ରକୁ ସିଡିପିଓ ଆସିଥିବା ବେଳେ ତାଙ୍କ ସମ୍ମୁଖରେ ଖାଦ୍ୟସାମଗ୍ରୀ ଫେରାଇ ଦେଇଥିବା ଦେଖିବାକୁ ମିଳିଥିଲା। ଲକଡାଉନ୍ ସମୟରେ ସାମାଜିକ ଦୂରତା ମାନିନଥିଲେ ଲୋକେ, ଖବର ପାଇ ରରୁଅଁ ବ୍ଲକ ସିଡିପିଓ   ଘଟଣାସ୍ଥଳରେ ବୁଝା ସୁଝା କରିଥିଲେ , କିନ୍ତୁ ହିତାଧିକାରୀ ମାନେ କମ୍ ଜିନିଷ ଦେଉଥିବା ଅଭିଯୋଗ କରିଥିଲେ ଏବଂ ବର୍ଷସାରା ଏମିତି କରନ୍ତି ବୋଲି  ଅଭିଯୋଗ କରିଥିଲେ। ଲୋକ ଗହଳି ହେଇଥିବା ଖବରପାଇ  ଯଶିପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝା ଶୁଝା କରି ଭିଡ଼କୁ ନିୟନ୍ତ୍ରଣ କରିଥିଲେ। ତଥାପି ମହିଳାମନେ ଅଣ୍ଡା ଚାଉଳକୁ ତଳେ ପକେଇ ଦେଇଥିଲେ  ଏବଂ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ ହୋଇନଥିବା ଅନିୟମିତତା ଅଭିଯୋଗରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଆଜି ପହଞ୍ଚି ଅଭିଯୋଗର ସତ୍ୟାସତ୍ୟ ତଦନ୍ତ କରିବା ବଦଳରେ ଆପୋଷ ବୁଝାମଣାରେ ସମାଧାନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଗ୍ରାମବାସୀ ଅଙ୍ଗନବାଡ଼ି କର୍ମୀଙ୍କ ବହିଷ୍କାର ଦାବିରେ ଜିଦଧରି ସଭାଛାଡ଼ି ଚାଲିଯାଇଥିଲେ। ତେବେ ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ଲୋକଙ୍କୁ ନ୍ୟାୟ ଦେବା ବଦଳରେ ଅସାଧୁ କର୍ମିଙ୍କ ପକ୍ଷ ନେବା ବେଶ ରହସ୍ୟମୟ ବୋଲି ଲୋକମାନଙ୍କ ଭିତରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଇଛି। ଯାହା ପରୋକ୍ଷରେ ସୁଚାଉଛି ଯେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ମିଳିମିଶି ହିତାଧିକାରୀଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ଖାଦ୍ୟସାମଗ୍ରୀ ଲୁଟରୁ କମିଶନି ନେଉଥିବା ବେଳେ ମୋହରା ସାଜିଛନ୍ତି କର୍ମୀ ବୋଲି ଆଲୋଚନା ଯୋର ଧରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ସମ୍ପୃକ୍ତ କେନ୍ଦ୍ରର କର୍ମୀଙ୍କୁ ବହିଷ୍କାର କରାନଗଲେ ଲକଡାଉନ ସତ୍ତ୍ୱେ ଆନ୍ଦୋଳନକୁ ଆହ୍ଲାଇବେ ବୋଲି ଚେତାବନୀ ଦେଇକହିଛନ୍ତି ଗ୍ରାମବାସୀ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking