23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗକୃଷି ଓ କୃଷକ ବିରୋଧୀ କୃଷି ଆଇନ୍‌ ବାତିଲ୍ ଦାବିରେ କର୍ପୋରେଟ ମୋଦି ସରକାରଙ୍କ କୁଶପୁତ୍ତଳିକା...

କୃଷି ଓ କୃଷକ ବିରୋଧୀ କୃଷି ଆଇନ୍‌ ବାତିଲ୍ ଦାବିରେ କର୍ପୋରେଟ ମୋଦି ସରକାରଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର, ୫.୧୨ : ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ କୃଷି ଓ କୃଷକ ବିରୋଧୀ ତିନୋଟି କୃଷି ବିଲ୍ ବାତିଲ୍ ତଥା ପ୍ରତ୍ୟାହାର ଦାବିରେ ଆଜି ରାଜଧାନୀ ଭୁବନେଶ୍ୱରରେ କାର୍ପୋରେଟ ଅମ୍ବାନୀ ଓ ଆଦାନୀ ସହିତ ମୋଦି ସରକାରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଦିଲ୍ଲୀରେ ସଂଗ୍ରାମରତ ଲକ୍ଷ ଲକ୍ଷ କୃଷକମାନଙ୍କ ମରଣପଣ ଲଢେଇକୁ ସଂହତି ଜଣାଇ ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ କର୍ପୋରେଟ ମୋଦି ସରକାରଙ୍କ ଦହନ ଦିବସ ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଆୟୋଜିତ ପ୍ରତିବାଦ ସଭାରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡ଼ିଶା ସହ ସଂଯୁକ୍ତ ତଥା କୃଷକମାନଙ୍କ ସଂଘର୍ଷ ପ୍ରତି ସଂହତି ଜଣାଉଥିବା କୃଷକ ଓ ଗଣ ସଂଗଠନମାନେ ଏହି ପ୍ରତିବାଦରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ଅଗ୍ରଗାମୀ କୃଷକ ସଭା, ଅଖିଳ ଭାରତ କିଷାନ ମହାସଭା, ଓଡ଼ିଶା କୃଷକ ସଭା, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା, ଅଖିଳ ଭାରତ ଜନମଞ୍ଚ, ଇନ୍‌ସାଫ୍‌, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ସିିଟୁ, ଏ.ଆଇ.ସି.ସି.ଟି.ୟୁ, ଚାଷୀ-ମୂଲିଆ ସଂଘ, ଆମେ ଭାରତବାସୀ, ଓଡ଼ିଶା ହେତୁବାଦୀ ସଂଗଠନ ଇତ୍ୟାଦି ସଂଗଠନମାନେ ସାମିଲ୍ ହୋଇଥିଲେ । ପ୍ରତିବାଦ ପ୍ରଦର୍ଶନ ପରେ ସର୍ବଶ୍ରୀ ଜ୍ୟୋତିରଞ୍ଜନ ମହାପାତ୍ର, ମହେନ୍ଦ୍ର ପରିଡ଼ା, ନରେନ୍ଦ୍ର ମହାନ୍ତି, ରାଧାକାନ୍ତ ସେଠି, ପ୍ରଦୀପ୍ତ ନାୟକ, ବିଜୟ ସାହୁ, ତପନ ମିଶ୍ର, ସାଲ ମାର୍ଣ୍ଡି, ଚାମ୍ବରୁ ସୋରେନ, ଜଗନ୍ନାଥ ମିଶ୍ର, ରାକେଶ କାନୁନ୍‌ଗୋ, ମହମ୍ମଦ ଅବଦୁଲ ସୁକୁର, ବ୍ରଜେନ୍ଦ୍ର ମହାନ୍ତି, ସୁଦର୍ଶନ ପ୍ରଧାନ, ପ୍ରମିଳା ବେହେରା, ଶିବରାମ, ମାନସ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ କର୍ପୋରେଟ ଅମ୍ବାନୀ ଓ ଆଦାନୀ ସହିତ ମୋଦି ସରକାରଙ୍କ ଶବ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଗୋଲେଇ ଛକ ପରିକ୍ରମା କରି ଲୋୟର ପିଏମ୍‌ଜିରେ ପହଞ୍ôଚ ଶବାଧାରରେ ଅଗ୍ନି ସଂଯୋଗ କରିଥିଲେ । କୃଷକମାନଙ୍କର ଐତିହାସିକ ସଂଗ୍ରାମ ଫଳରେ ସାରା ଦେଶରେ ଆଜି ଯେଉଁ ବିଦ୍ରୋହର ବହ୍ନିଶିଖା ପ୍ରଜ୍ଜ୍ୱଳିତ ହୋଇଛି, ତାହା କୃଷି ଓ କୃଷକ ବିରୋଧୀ ତିନୋଟି କୃଷି ଆଇନ୍ ଓ ଜନବିରୋଧୀ ବିଦ୍ୟୁତ ଆଇନ୍‌-୨୦୨୦ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆହୁରି ଜଳିବ ଏବଂ କର୍ପୋରେଟ ମୋଦି
ସରକାରଙ୍କ ମରଣ ଘଣ୍ଟି ବଜାଇବ ବୋଲି ପ୍ରତିବାଦକାରୀମାନେ କହିଥିଲେ । ସେହିପରି କେନ୍ଦ୍ର ବିଜେପି ସରକାରଙ୍କ ଭଣ୍ଡାମୀ ଓ କୃଷକ ବିରୋଧୀ ନୀତି ବିରୋଧରେ ଆଗାମୀ ୮ ଡ଼ିସେମ୍ବର ଭାରତ ବନ୍ଦ ଡ଼ାକରାକୁ ସଫଳ କରିବା ପାଇଁ ନେତାମାନେ ଆହ୍ୱାନ ଦେଇଥିଲେ । ଓଡ଼ିଶା
ସରକାରଙ୍କ କର୍ପୋରେଟ ଫାର୍ମିଙ୍ଗ ପାଇଁ ନିଷ୍ପତ୍ତି ତଥା ପ୍ରକ୍ରିୟା ତୁରନ୍ତ ବନ୍ଦ କରିବା ସହିତ ନବୀନ- ମୋଦି ସରକାରଙ୍କ କୃଷକ-ଶ୍ରମିକ ମଧୁଚନ୍ଦ୍ରିକା ବିରୋଧରେ ସଂଗ୍ରାମ ଜାରି ରଖିବାକୁ ପ୍ରତିବାଦକାରୀମାନେ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking