29.1 C
Bhubaneswar
Wednesday, April 24, 2024
Homeଓଡିଶାଭୁବନେଶ୍ୱରରେ ହେବ ୫ ହଜାର ଟେଷ୍ଟ

ଭୁବନେଶ୍ୱରରେ ହେବ ୫ ହଜାର ଟେଷ୍ଟ

ଭୁବନେଶ୍ୱର: ଭୁବନେଶ୍ୱର ହଟସ୍ପଟ ହୋଇଥିବାରୁ ଏବେ ଭୁବନେଶ୍ୱରରେ ବ୍ୟାପକ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । ତେବେ ବର୍ତ୍ତମାନ ।ଏଁ କେବଳ ରାଜଧାନୀ ଭୁବନେଶ୍ୱରରୁ ୬୦ ପଜେଟିଭଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୪୬ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ଭୁବନେଶ୍ୱରରେ ବ୍ୟାପକ ମାତ୍ରାରେ ସାମ୍ପଲ ଟେଷ୍ଟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଭୁବନେଶ୍ୱରରେ ୫ ହଜାର ସାମ୍ପଲ ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଏ ଯାବତ ଭୁବନେଶ୍ୱରରେ ୧୯୫୮ଟି ସାମ୍ପଲ ଟେଷ୍ଟ କରାଯାଇଛି । ଆଉ ୫ ହଜାର ଟେଷ୍ଟ କରାଗଲେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ ବୋଲି ସେ କହିଛନ୍ତି । ଏହାଛଡା ଟେଷ୍ଟ ପାଇଁ ଭୁବନେଶ୍ୱରରେ ଲ୍ୟାବର ଅପଗ୍ରେଡେସନ ହେବ । ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଏ ସାମ୍ପଲ ସଂଗ୍ରହ କରାଯିବ । ଏହାଛଡା ମୋବାଇଲ ଭ୍ୟାନ ବୁଲି ମଧ୍ୟ ସାମ୍ପଲ ସଂଗ୍ରହ କରିବ ବୋଲି ସେ କହିଛନ୍ତି । ତେବେ ୪ଟି କ୍ୟାଟେଗୋରୀରେ ଲୋକଙ୍କୁ ଚୟନ କରାଯାଇ ସାମ୍ପଲ ନିଆଯିବ । ଯାହା ମଧ୍ୟରେ ଟ୍ରାଭେଲ ହିଷ୍ଟ୍ରି ଥିବା ଲୋକ, ଲକ୍ଷଣ ଥିବା ଲୋକ, ସ୍ୱାସ୍ଥ୍ୟ କର୍ମୀ, ପରିମଳ କର୍ମଚାରୀଙ୍କ ସାମ୍ପଲ ଟଷ୍ଟ ସାମିଲ ରହିବ । ଏହାକୁ ବାଦ ଦେଲେ ୬୦ ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ ହେବ ବୋଲି ସୂଚନା ମିଳିଛି । ତେବେ ସାମ୍ପଲ ଟେଷ୍ଟ ବେଳେ ସହଯୋଗ କରିବାକୁ ମୁଖ୍ୟ ଶାସନ ସୂଚନା ଦେଇଛନ୍ତି । ଯାହା ସାମ୍ପଲ ନେବାକୁ ଚୟନ କରାଯିବ, ସେମାନେ ସହଯୋଗ କରନ୍ତୁ । ସହଯୋଗ ନକଲେ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡିବ ବୋଲି ସେ କହିଛନ୍ତି । ଏଥିପାଇଁ ସହଯୋଗ କରିବାକୁ ସାହି, ବସ୍ତି, ପୂଜା କମିଟିକୁ କୁହାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking