30.1 C
Bhubaneswar
Thursday, April 25, 2024
Homeକରୋନାଋଷ୍ ବାହାର କଲା ପ୍ରଥମ ଭ୍ୟାକସିନ

ଋଷ୍ ବାହାର କଲା ପ୍ରଥମ ଭ୍ୟାକସିନ

ନୂଆଦିଲ୍ଲୀ: ବିଶ୍ୱରେ ଏବେ ସମସ୍ତେ ମହାମାରୀ କରୋନାରେ ଅସ୍ତବ୍ୟସ୍ତ ଥିବା ବେଳେ ଋଷିଆରେ ପ୍ରଥମ କୋଭିଡ ଟୀକାର ପରୀକ୍ଷଣ ସଫଳ ହୋଇଛି ବୋଲି ଋଷିୟାନ ୟୁନିଭରସିଟି ଦାବି କରିଛି । ସେକ୍‌ଚନଭ ଫାର୍ଷ୍ଟ ମସ୍କୋ ଷ୍ଟେଟ ମେଡିକାଲ୍ ୟୁନିଭରସିଟିରେ ସଫଳତାର ସହ ଏହା ପରୀକ୍ଷଣ ହୋଇଛି ବୋଲି ସୂଚନା ମିଳିଛି । ଋଷିଆର ଗାମାଲେଇ ଇନଷ୍ଟିଚ୍ୟୁଟ ଅଫ୍ ଏପିଡେମିଓଲୋଜୀ ଆଣ୍ଡ ମାଇକ୍ରୋବାଓଲୋଜୀ ଦ୍ୱାରା ପ୍ରଡ୍ୟୁସ କରାଯାଇଥିବା ଏହି ଭ୍ୟାକସିନକୁ ଜୁନ ୧୮ ତାରିଖରେ ସେକ୍‌ଚନଭ ଫାର୍ଷ୍ଟ ମସ୍କୋ ଷ୍ଟେଟ ମେଡିକାଲ୍ ୟୁନିଭରସିଟି ଏହାର କ୍ଲିନିକାଲ ଟ୍ରାଏଲ କରିବା ଆରମ୍ଭ କରିଥିଲା । କରୋନା ଭାଇରସ ବିରୋଧରେ ଲଢେଇ କରିବା ପାଇଁ ବିଶ୍ୱର ପ୍ରଥମ କରୋନା ଟୀକା ଭାବରେ ଏହାର ପରୀକ୍ଷଣ ସଫଳତା ପୂର୍ବକ ସମାପ୍ତ ହୋଇଛି ବୋଲି ଇନଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସଲେସନାଲ ମେଡିସିନ ଆଣ୍ଡ ବାୟୋଟେକ୍ନୋଲୋଜୀର ନିର୍ଦ୍ଦେଶକ ଭାଦିମ ତାରୋସଭ କହିଛନ୍ତି । ଭାକସିନର ସୁରକ୍ଷା ଉପରେ କୌଣସି ସନ୍ଦେହ ନଥିବା ବେଳେ ବଜାରରେ ଉପଲବ୍ଧ ଥିବା ଟୀକାଗୁଡିକ ମଧ୍ୟ ସୁରକ୍ଷିତ ବୋଲି କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking