30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୨୪ ଘଣ୍ଟା ମୁଁ ଉପଲବ୍ଧ ଅଛି : ମୋଦି

୨୪ ଘଣ୍ଟା ମୁଁ ଉପଲବ୍ଧ ଅଛି : ମୋଦି

ନୂଆଦିଲ୍ଲୀ : ଆଜି ଭିଡ଼ିଓ କନଫରେନ୍ସ ମାଧ୍ୟମରେ ୧୦ଟି ରାଜ୍ୟ ପଞ୍ଜାବ, ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ସମେତ  ମୁଖ୍ୟମନ୍ତ୍ରୀ ଲକ ଡାଉନ ବୃଦ୍ଧି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ମୋଦି କହିଛନ୍ତି   “ମୁଁ ୨୪x ୭ ଉପଲବ୍ଧ ଅଛି । ଯେ କୌଣସି ମୁଖ୍ୟମନ୍ତ୍ରୀ ମୋ ସହ ଯେ କୌଣସି ସମୟରେ କଥା ହୋଇପାରିବେ ଏବଂ ପରାମର୍ଶ ଦେଇପାରିବେ । କରୋନାଭାଇରସର ବିସ୍ତାରକୁ ଧାରଣ କରିବା ପାଇଁ ତିନି ସପ୍ତାହର ଲକଡାଉନ୍ ମଙ୍ଗଳବାର ଦିନ ଶେଷ ହେବ କି ନାହିଁ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମତାମତ ନେଇଥିଲେ। କରୋନାଭାଇରସ୍ ମହାମାରୀରେ ୨୩୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଭାରତରେ ୭,୪୦୦ ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।
ହାତ ତିଆରି ମାସ୍କ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ଭାଇରସର ମୁକାବିଲା ନେଇ ଏହି  ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି। ଏଯାବତ ଏହି ଘାତକ ଭାଇରସରେ ୨୩୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭,୪୦୦ ସଂକ୍ରମିତ ହୋଇଛନ୍ତି। ଏହି ଭିଡିଓ କନଫରେନସିଂ ବେଳେ ମୁଖ୍ୟମନ୍ତ୍ରୀମାନଙ୍କର ଅନେକ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏପ୍ରିଲ ୧୪ରେ ପ୍ରଥମ ଲକଡାଉନ୍ ଅବଧି ଶେଷ ହେଉଛି ଆଉ ତିନି ସପ୍ତାହ ଲକଡାଉନ୍ ବଢ଼ାଇବାକୁ ଅନେକ ରାଜ୍ୟ ପ୍ରସ୍ତାବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଧିକ ଆଲୋଚନା କରିଥିବା ସୂଚନା ରହିଛି।
ମୁଁ ୨୪ ଘଣ୍ଟା ଉପଲବ୍ଧ ରହିଛି। କୋଭିଡ୍-୧୯କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କୌଣସି ପ୍ରସ୍ତାବ କିମ୍ୱା କିଛି କହିବାକୁ ଚାହୁଁଥିଲେ ମୋତେ କହିପାରିବେ। ଆମେ କାନ୍ଧକୁ କାନ୍ଧରେ ମିଶାଇ ଚାଲିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking