31.1 C
Bhubaneswar
Tuesday, April 23, 2024
Homeକରୋନାକରୋନାର ଭୟାନକ ରୂପ : ଆମେରିକାରେ ୨୪ ଘଣ୍ଟାରେ ୨ ହଜାର ମୃତ

କରୋନାର ଭୟାନକ ରୂପ : ଆମେରିକାରେ ୨୪ ଘଣ୍ଟାରେ ୨ ହଜାର ମୃତ

ୱାସିଂଟନ : ବିଶ୍ବବ୍ୟାପୀ କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶ୍ୱରେ ୮୩ ହଜାର ଅତିକ୍ରମ କରିଯାଇଛି ଏବଂ ଆମେରିକା ସ୍ଥିତି ଅତ୍ୟନ୍ତ ଉଦବେଗଜନକ ରହିଛି। ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ୨ ହଜାର ଲୋକଙ୍କ ମୃତ୍ୟୁ ନେଇ ହାହାକାର ସୃଷ୍ଟି ହୋଇଛି। ଏବେ ବିଶ୍ବରେ କରୋନାର କେନ୍ଦ୍ର ପାଲଟିଥିବା ଆମେରିକାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶରେ ଏ ପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଗଲାଣି।
ସ୍ବିଡେନରେ ୨୪ ଘଣ୍ଟାରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୬ ଶହ ଅତିକ୍ରମ କରିଯାଇଥିବା ଖବର ମିଳିଛି। ୧ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ପ୍ରାୟ ୮ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ପାକିସ୍ତାନର ଏକ ଜେଲ୍‌ରେ ୫୦ ଜଣ କଏଦୀ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଦେଶରେ ୩୨୫ ଜଣ ଜମାତି କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିଛି। ପାକିସ୍ତାନରେ ଚିକିତ୍ସା ପାଇଁ ସୁରକ୍ଷା ଉପକରଣ ଉପଲବ୍ଧ ନଥିବାରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ଲୋକେ କଟକଣାକୁ ଭୃକ୍ଷେପ କରୁନାହାନ୍ତି କି ସାମାଜିକ ଦୂରତ୍ବକୁ ମଧ୍ୟ ଗ୍ରହଣ କରୁନଥିବାରୁ ଆଗକୁ ପରିସ୍ଥିତି ଜଟିଳ ହେବା ଆଶଙ୍କା ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking