34.1 C
Bhubaneswar
Friday, March 29, 2024
Homeକରୋନାକରୋନା ଗାଇଡଲାଇନ ଉଲ୍ଲଂଘନ କଲେ ମାମଲା ରୁଜୁ

କରୋନା ଗାଇଡଲାଇନ ଉଲ୍ଲଂଘନ କଲେ ମାମଲା ରୁଜୁ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ବୃଦ୍ଧି ମଧ୍ୟରେ ଦେଶରେ ପୁଣି ଥରେ ପୂର୍ବଭଳି ସ୍ଥିତି ଉପଜିବା ଆରମ୍ଭ ହେଲାଣି । ୧୦୨ ଦିନ ପରେ ପ୍ରଥମ ଥର ସାରା ଦେଶରେ ୨୪ ଘଣ୍ଟାରେ ୩୫ ହଜାରରୁ ଅଧ୍ଖଳ ନୂଆ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ର, ପଂଜାବ, ଗୁଜୁରାଟ, କର୍ଣ୍ଣାଟକ ଓ ତାମିଲନାଡୁରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ୮୦ ପ୍ରତିଶତ ମାମଲା ଏହି ରାଜ୍ୟମାନଙ୍କରୁ ରେକର୍ଡ କରାଯାଇଛି । ମହାରାଷ୍ଟ୍ରରେ ସ୍ଥିତି ଆହୁରି ଗମ୍ଭୀର ହେବାରେ ଲାଗିଛି । ଅନେକ ସହରରେ ଲକଡାଉନ ମଧ୍ୟ କରାଗଲାଣି । ଗୁଜୁରାଟରେ ସଂକ୍ରମଣ ବୃଦ୍ଧି ପାଇବା ପରେ ଅହମ୍ମଦାବାଦର ସମସ୍ତ ଉଦ୍ୟାନ ଓ ପାର୍କକୁ ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ନୋଏଡା ଓ ଗାଜିୟାବାଦରେ ଧାରା ୧୪୪ ଲାଗୁ କରାଯାଇଛି ।

ପଂଜାବ ସିଏମ କ୍ୟାପଟେନ ଅମରିନ୍ଦର ସିଂହ କରୋନା ସଂକ୍ରମଣ ବୃଦ୍ଧି ପରିଲକ୍ଷିତ କରିବା ପରେ ଲୁଧିଆନା, ଜଳନ୍ଧର, ପଟିଆଲା, ମୋହାଲୀ, ଅମୃତସର, ଗୁରୁଦାସପୁର, ହୋଥିୟାରପୁର, କପୁରଥଲା ଓ ରୋପଡ ଜିଲ୍ଲାରେ ନାଇଟ କର୍ଫ୍ୟୁ ରାତି ୧୧ଟାରୁ ସକାଳ ୫ଟା ବଦଳରେ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ଲାଗୁ କରିବା ନେଇ ଘୋଷଣା କରିଛନ୍ତି । ସେହି ଜିଲ୍ଲାରେ ପ୍ରତିଦିନ ୧୦୦ରୁ ଅଧିକ ମାମଲା ସାମ୍ନାକୁ ଆସୁଛି ।

ସେହିଭଳି ମୁମ୍ବାଇ ପୋଲିସ କରୋନା ଗାଇଡଲାଇନ ଉଲ୍ଲଂଘନ କରିବା ନେଇ ଏକ ଲୋକପ୍ରିୟ ରେସ୍ତୋରାଁ ବିରୋଧରେ ଏଫଆଇଆର ରୁଜୁ କରିଛି । ସେଠାରେ ୫୦ ପ୍ରତିଶତ କ୍ଷମତାରେ ଲୋକ ନଥିଲେ ଏବଂ ମାସ୍କ ନପିନ୍ଧି ସାମାଜିକ ଦୂରତା ମଧ୍ୟ ରଖିନଥିଲେ । ଯେଉଁଥିପାଇଁ ଜରିମାନା ସହ ରେସ୍ତୋରାଁ ସିଲ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking