39.1 C
Bhubaneswar
Wednesday, April 24, 2024
Homeକରୋନାକୋଭିଡ-୧୯ର ଉପଚାର ପାଇଁ ସନ୍ଧାନ, ଭାରତରେ ଆରମ୍ଭ ହେଲା ଆୟୁଷ ମେଡିସିନର କ୍ଲିନିକାଲ୍ ଟେଷ୍ଟ

କୋଭିଡ-୧୯ର ଉପଚାର ପାଇଁ ସନ୍ଧାନ, ଭାରତରେ ଆରମ୍ଭ ହେଲା ଆୟୁଷ ମେଡିସିନର କ୍ଲିନିକାଲ୍ ଟେଷ୍ଟ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ଟପିଥିବା ବେଳେ ଏହାର ଉପଚାର ପାଇଁ ଭାରତରେ ଆୟୁଷ ମେଡିସିନର କ୍ଲିନିକାଲ ଟେଷ୍ଟ ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ, କରୋନା ପାଇଁ ଦେଶରେ ୧୮୦୦ ଲୋକଙ୍କ ପ୍ରାଣ ଗଲାଣି । ତାଜା ଖବର ଅନୁସାରେ, ଏବେ ସମୁଦାୟ ୫୨,୯୫୨ଟି କେସ ମଧ୍ୟରୁ ୧୫୨୬୬ ଜଣ ସୁସ୍ଥ ହୋଇଥିବା ବେଳେ ୧୭୮୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଜାରି ରହିଛି । ତେବେ ବର୍ତମାନ କରୋନା ଉପରେ ଆୟୁଷ ମେଡିସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । ଅଶ୍ୱଗନ୍ଧା, ଯଷ୍ଠିମଧୁ, ଗୁଡୁଚିପିପାଲି, ଆୟୁଷ ୬୪ର କ୍ଲିନିକାଲ ଟ୍ରାଏଲ ହୋଇଛି । ତେବେ ଏହି ଟେଷ୍ଟ ବର୍ତମାନ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking