28.1 C
Bhubaneswar
Wednesday, April 24, 2024
Homeକରୋନା୧ ବର୍ଷ ପର୍ଯ୍ୟନ୍ତ ନୂଆ ଯୋଜନା କାର୍ଯ୍ୟକାରୀ ହେବ ନାହିଁ

୧ ବର୍ଷ ପର୍ଯ୍ୟନ୍ତ ନୂଆ ଯୋଜନା କାର୍ଯ୍ୟକାରୀ ହେବ ନାହିଁ

ନୂଆଦିଲ୍ଲୀ: ଏବେ ଦେଶରେ କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ଏକ ବର୍ଷ ପର୍ଯ୍ୟନ୍ତ ନୂଆ ଯୋଜନା ଉପରେ ଅର୍ଥ ଖର୍ଚ୍ଚ ନ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସଫା ସଫା ଘୋଷଣା କରିଛି । ମିଳିଥିବା ସୂଚନା ଅନୁସାରେ, ଆଗାମୀ ଏକ ବର୍ଷ ଭିତରେ ପିଏମ ଗରିବ କଲ୍ୟାଣ ପ୍ୟାକେଜ ଏବଂ ଆତ୍ମନିର୍ଭରଶୀଳ ଭାରତ ଯୋଜନା ଉପରେ ଖର୍ଚ୍ଚ ହେବ । ଏହାକୁ ବାଦ୍ ଦେଲେ ବଜେଟ ମଧ୍ୟରେ ଘୋଷଣା କରାଯାଇଥିବା ଅନ୍ୟ ଯୋଜନା ଗୁଡିକ ଉପରେ ବି ରୋକ୍ ଲଗାଇ ଦିଆଯାଇଛି । ଅର୍ଥାତ ବଜେଟରେ ଯେଉଁ ସବୁ ଯୋଜନା ବିଷୟରେ ଘୋଷଣା କରାଯାଇଥିଲା ତାକୁ ଏବେ କାର୍ଯ୍ୟକାରୀ କରାଯିବ ନାହିଁ ।
ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ପ୍ରଭାବରେ ଦେଶର ଅର୍ଥନୀତି ଭୁଷୁଡି ପଡିଥିବା ଯୋଗୁଁ ତାକୁ ସୁଧାରିବା ପାଇଁ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ଅନ୍ୟପଟେ ସରକାର ଆହୁରି ମଧ୍ୟ କହୁଛନ୍ତି ଯେ, ଏ ପର୍ଯ୍ୟନ୍ତ ୪୨ କୋଟି ଗରିବଙ୍କୁ ୫୩୨୪୮ କୋଟିର ସହାୟତା ଦିଆସରିଛି । କରୋନା ଭଳି ମାରାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking