29.1 C
Bhubaneswar
Wednesday, April 24, 2024
Homeଓଡିଶାଫୁଲବାଣୀରେ କରୋନା ଭୟ: ନିଜେ ଚିଠି ଲେଖିଲେ ଯୁବକ

ଫୁଲବାଣୀରେ କରୋନା ଭୟ: ନିଜେ ଚିଠି ଲେଖିଲେ ଯୁବକ

ଭୁବନେଶ୍ୱର: ଲୋକଙ୍କୁ ଡ଼ରାଉଛି କରୋନା ଆତଙ୍କ । ଚୀନରେ ପ୍ରଥମେ ବ୍ୟାପିଥିବା ଏହି କରୋନା ଭାଇରସ୍ ଏବଂ ଭାରତ ମୁହାଁ । ଚୀନରେ ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨୧୩ରେ ପହଁଚିଲାଣି । ଏଯାଏଁ ୯,୬୯୨ ଲୋକଙ୍କୁ ସଂକ୍ରମିତ ହୋଇଥିବା ଖବର ମିଳିଛି । ଏହି ମଧ୍ୟରେ ଦେଶର ପ୍ରଥମ କୋରନା ରୋଗୀ କେରଳରେ ଚିହ୍ନଟ ହୋଇଛି । କୋରନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ରୋଗୀଙ୍କୁ ଏକ ସ୍ଵତନ୍ତ୍ର ୱାର୍ଡ଼ରେ ରଖି ଚିକିତ୍ସା ଚାଲିଛି । ତାଙ୍କର ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ଆଜି ଦେଖିବାକୁ ମିଳିଛି ଫୁଲବାଣୀରେ କରୋନା ଭୟ । ଫୁଲବାଣୀର ଡାକ୍ତରୀ ଛାତ୍ରଜଣକ ଚୀନରେ ଏସବିବିଏସ ପଢୁଥିଲେ । ସେ ଚୀନରୁ ଅସୁସ୍ଥ ହୋଇ କିଛି ଦିନ ତଳେ ଅର୍ଥାତ ଗତ ୧୧ ତାରିଖରେ ସେ ଚୀନ ରୁ ଫେରିଥିଲେ ସେଠାରୁ ଆସିବା ପରେ ଥଣ୍ଡା କାଶ ଲାଗିରହିବାରୁ କରୋନା ହେଇଥିବାର ଆଶଙ୍କା କରି ଚିଠି ଲେଖିଥିଲେ । ଚିଠି ଦେଖିବା ପରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।
 
https://onakhabar.com/2020/01/30/coronavirus-5/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking