34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଉହାନ୍‌ରେ ଥିବା ଭାରତୀୟ ଛାତ୍ରଛାତ୍ରୀ ଉଦ୍ଧାର ପାଇଁ ସରକାରଙ୍କୁ କରୁଛନ୍ତି ଆକୁଳ ନିବେଦନ

ଉହାନ୍‌ରେ ଥିବା ଭାରତୀୟ ଛାତ୍ରଛାତ୍ରୀ ଉଦ୍ଧାର ପାଇଁ ସରକାରଙ୍କୁ କରୁଛନ୍ତି ଆକୁଳ ନିବେଦନ

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ସାରା ବିଶ୍ୱ ଏବେ ଚିନ୍ତାରେ ଥିବା ବେଳେ ଚୀନ୍‌ର ଉହାନ୍ ସହରରେ ଥିବା ଭାରତୀୟ ଛାତ୍ରଛାତ୍ରୀ ସେଠାରୁ ଉଦ୍ଧାର ପାଇବାକୁ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ସହରର ସମସ୍ତ ପଥ ବନ୍ଦ ରହିଥିବାରୁ ସେମାନଙ୍କ ପାଖରେ ଗଚ୍ଛିତ ଥିବା ଖାଦ୍ୟପାନୀୟ ସରିଆସୁଛି ବୋଲି ସେମାନେ ଜଣାଇଛନ୍ତି ।

ଦ୍ରୁତ ବେଗରେ ବ୍ୟାପୁଥିବା କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇ ଏବେ ସୁଦ୍ଧା ଚୀନ୍‌ରେ ୧୩୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୬୦୦୦ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି ବୋଲି ବୁଧବାର ସକାଳେ ଚୀନ୍‌ର ସରକାରୀ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ନିବେଦନ କରିଥିବା ଛାତ୍ରଛାତ୍ରୀମାନେ ଆସାମ, ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଜମ୍ମୁ ଓ କଶ୍ମୀର ଅଞ୍ଚଳର।ଏ ସଂକ୍ରାନ୍ତରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି: ଆମ ଦୂତାବାସ ଚୀନ୍ ସରକାରଙ୍କ ସହ କଥାବାର୍ତ୍ତା କରୁଛି। ଉହାନ୍ ସହରକୁ ଉଡ଼ାଜାହାଜ ପଠାଇ ଆମେ ଲୋକମାନଙ୍କୁ ଓ ଅଧିକାଂଶ ଛାତ୍ରଛାତ୍ରୀ ଙ୍କୁ ସ୍ଥାନାନ୍ତର କରିବାକୁ ଉଦ୍ୟମ କରୁଛୁ। ଉଦ୍ୟମ ଚାଲୁରହିଛି। କେନ୍ଦ୍ର ସରକାର ଏଥି ନିମନ୍ତେ କାମ ଚଳାଇଛନ୍ତି ଏବଂ ଖୁବ୍ ଶୀଘ୍ର ସମାଧାନର ବାଟ ଫିଟିଯିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking