38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶକରୋନା ଭାଇରସ ରେ ମୃତ୍ୟୁ ସଂଖ୍ୟା ୩୦୪

କରୋନା ଭାଇରସ ରେ ମୃତ୍ୟୁ ସଂଖ୍ୟା ୩୦୪

ବେଜିଂ : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ଯୋଗୁଁ ଚୀନରେ ଏଯାଏଁ ୩୦୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଭୟଙ୍କର ରୋଗରେ ୧୪ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଜାଣିବାକୁ ମିଳିଛି । ବିଶ୍ୱର ୧୮ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଚୀନରେ ରହୁଥିବା ବିଦେଶୀ ନାଗରିକ ଓ ଛାତ୍ରମାନେ ସ୍ୱଦେଶକୁ ଫେରୁଛନ୍ତି । ଅନ୍ୟପକ୍ଷରେ ଭାରତ, ଆମେରିକା, ଜାପାନ, ଋଷିଆ, ପାକିସ୍ତାନ, ନେପାଳ, ବ୍ରିଟେନ ଆଦି ଦେଶଗୁଡ଼ିକ ଚୀନକୁ ବିମାନ ଉଡ଼ାଇବା କିଛି ଦିନ ପାଇଁ କଟକଣା ଜାରି କରିଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇରସକୁ ଜାତୀୟ ଜରୁରୀକାଳୀନ ସମସ୍ୟା ବୋଲି କହିଥିଲା । ଏହି ସଂସ୍ଥାର ମୁଖ୍ୟ ଟେଡୋସ ଆଡନମ କିଛି ଦିନ ପୂର୍ବରୁ କହିଥିଲେ କି କରୋନା ଭାଇରସ ବ୍ୟାପୁଥିବା ବେଳେ ଏହାକୁ ଅଟକାଇବା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯଥେଷ୍ଟ ନ ଥିବାରୁ ଏବେ ଏହା ଚିନ୍ତାର ବିଷୟ ପାଲଟିଛି । ଟେଡୋସ କହିଥିଲେ, ଆମେ ସମସ୍ତେ ଏକାଠି ହୋଇ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିବାକୁ ହେବ । ଆମେ କେବଳ ଏହାକୁ ଏକାଠି ହୋଇ ଅଟକାଇ ପାରିବା । ତେଣୁ କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ସମସ୍ତଙ୍କର ସହଯୋଗ ନିହାତି ଦରକାର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking