ଭୟଙ୍କର ହେଉଛି କରୋନା : ମୃତ୍ୟୁସଂଖ୍ୟା ୭୦୦ ଟପିଲା

ବେଜିଂ: ମହାମାରୀ କରୋନା ଭାଇରସ ଚାଇନାରେ ଲୋକଙ୍କ ଜୀବନ ନେବାରେ ଲାଗିଛି। କରୋନା ଭାଇରସ ୬୩୬ ଜଣଙ୍କ ଜୀବନ ନେଇଥିବା ବେଳେ ଆଜି ଏହିସଂଖ୍ୟା ୭୦୦ ଅତିକ୍ରମ କରିଛି। ଚାଇନାରେ ଏହି ପ୍ରାଣଘାତୀ ଭାଇରସରେ ୭୨୨ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୩୪,୫୪୬ରେ ପହଞ୍ଚି ଯାଇଛି। କରୋନା ଭାଇରସ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବାରୁ ସାରା ବିଶ୍ୱ ଏବେ ବିପଦ ମଧ୍ୟରେ ରହିଛି। ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଉପ ଚାପ ବଢ଼ିବାରେ ଲାଗିଛି। ଡିସେମ୍ବର ମାସରୁ ଚାଇନାରେ କୋରନା ଭାଇରସ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ କରିଥିବା ଡାକ୍ତରଙ୍କ କଥାକୁ ସରକାର ଅଣଦେଖା କରିଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଏହି ଭାଇରସ ଯୋଗୁ ଚାଇନା ଓ ହଂକଂରେ ୬୫୦ ଜଣଙ୍କ ଜୀବନ ଯାଇଥିଲା। ସେହିପରି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆଉ ୧୨୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ହେଲେ କରୋନା ଭାଇରସ ମୃତ୍ୟୁସଂଖ୍ୟା ଏହାକୁ ଅତିକ୍ରମ କରିଯାଇଛି।ଏଯାଏ ଚାଇନାରେ ୭୨୨ ଜଣ ପ୍ରାଣ ହରାଇଥିବା ବେଳେ ହଂକଂ ଓ ଫିଲିପାଇନ୍ସରେ ଜଣେ ଲେଖାଏ ଲୋକ ମୃତ୍ୟୁବରଣ କରିଛନ୍ତି। ଏହି ଦୁଇ ଦେଶରେ ୩୩୨ ଜଣ ଲୋକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାବାଦ ବିଶ୍ୱର ଆଉ ୨୮ଟି ଦେଶରେ ମଧ୍ୟ କରୋନା ଭାଇରସର ଆତଙ୍କ ଦେଖିବାକୁ ମିଳିଛି।