39.8 C
Bhubaneswar
Thursday, April 18, 2024
HomeUncategorizedକେରଳ ରେ ତୃତୀୟ କରୋନା ଭୁତାଣୁ ସଂକ୍ରମିତ ଚିହ୍ନଟ

କେରଳ ରେ ତୃତୀୟ କରୋନା ଭୁତାଣୁ ସଂକ୍ରମିତ ଚିହ୍ନଟ

କେରଳ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନ ସରକାରଙ୍କ ପ୍ରବଳ ଉଦ୍ୟମ ପରେ ବି ଭୟଙ୍କର କରୋନା ଭାଇରସ ନିୟନ୍ତ୍ରିତ ହୋଇ ପାରୁ ନାହିଁ । କେରଳରେ ତୃତୀୟ କରୋନା ଭୁତାଣୁ ସଂକ୍ରମିତ ଚିହ୍ନଟ । କେରଳ ସ୍ଵାସ୍ଥ ମନ୍ତ୍ରୀ କେ କେ ଶୈଳଜ ଙ୍କ ସୂଚନା। ପୂର୍ବରୁ ୨ ଜଣଙ୍କ ରିପୋର୍ଟ ପଯେଟିଭ ଆସିଥିଲା। ତୃତୀୟ ଆକ୍ରାନ୍ତ କଂଜନଗଡ଼ ଜିଲ୍ଲା ହସ୍ପିଟାଲ ରେ ଭର୍ତି । ରୋଗୀଙ୍କ ସ୍ଵାସ୍ଥ ବସ୍ଥା ସ୍ଥିର ଥିବା ସୂଚନା । ଏଥି ସହିତ ମୃତକଙ୍କ ସଂଖ୍ୟା ୩୬୦ରେ ପହଞ୍ଚିଛି ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନ ସରକାରଙ୍କ ପ୍ରବଳ ଉଦ୍ୟମ ପରେ ବି ଭୟଙ୍କର କରୋନା ଭାଇରସ ନିୟନ୍ତ୍ରିତ ହୋଇ ପାରୁ ନାହିଁ । ଚୀନରେ ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କୁହାଯାଉଛି କି ହୁବେଇ ସହର କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଛି । ବିଶ୍ୱର ୧୮ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଚୀନରେ ରହୁଥିବା ବିଦେଶୀ ନାଗରିକ ଓ ଛାତ୍ରମାନେ ସ୍ୱଦେଶକୁ ଫେରୁଛନ୍ତି ।ଅନ୍ୟପକ୍ଷରେ ଭାରତ, ଆମେରିକା, ଜାପାନ, ଋଷିଆ, ପାକିସ୍ତାନ, ନେପାଳ, ବ୍ରିଟେନ ଆଦି ଦେଶଗୁଡ଼ିକ ଚୀନକୁ ବିମାନ ଉଡ଼ାଇବା କିଛି ଦିନ ପାଇଁ କଟକଣା ଜାରି କରିଛନ୍ତି ।
https://onakhabar.com/2020/02/03/coronavairus-4/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking