37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶକେରଳରେ କରୋନା ଭୟ : କରୋନା ଭାଇରସ୍ ଆକ୍ରାନ୍ତ ଦ୍ୱିତୀୟ ରୋଗୀ ଚିହ୍ନଟ

କେରଳରେ କରୋନା ଭୟ : କରୋନା ଭାଇରସ୍ ଆକ୍ରାନ୍ତ ଦ୍ୱିତୀୟ ରୋଗୀ ଚିହ୍ନଟ

କୋଚି: କେରଳ ରେ ଆଉ ଜଣେ କରୋନାଭାଇରସ୍ ଆକ୍ରାନ୍ତ ରୋଗୀ ଚିହ୍ନଟ । ସେ ଲୋକଜଣକ ମଧ୍ୟ ଚୀନ୍ ଯାତ୍ରା କରିଥିଲେ । ତାଙ୍କୁ ଏବେ ଆଇସୋଲେସନ୍ ଓ୍ଵାର୍ଡରେ ରଖାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଅଳ୍ପ କିଛି ଦିନ ତଳେ କେରଳରେ ଭାରତର ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଥିଲା । ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯିବା ପରେ କେରଳରେ ସମୁଦାୟ ୧୭୯୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ନିକଟରେ ଏହି ଲୋକମାନେ ଚୀନ୍‌ରୁ ଫେରିଥିଲେ । କରୋନାଭାଇରସ୍ ଆକ୍ରାନ୍ତ ପ୍ରଥମ ଭାରତୀୟ ମହିଳାଜଣକ ଚୀନ୍‌ରୁ କେରଳ ଫେରିଥିଲେ। ତ୍ରିସୁର ମେଡିକାଲ୍ କଲେଜ ହସ୍‌ପିଟାଲ୍‌ର ଆଇସୋଲେସନ୍ ଓ୍ଵାର୍ଡରେ ଥିବା ମହିଳା ରୋଗୀଜଣକ ସୁସ୍ଥ ହେଉଥିବା କଥା ଶନିବାର ଦିନ କେରଳ ସରକାର କହିଛନ୍ତି। କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇ ଫିଲିପ୍ପିନ୍‌ସ୍‌ରେ ଚୀନ୍‌ର ଜଣେ ନାଗରିକ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ଚୀନ୍‌ରେ କରୋନାଭାଇରସ୍‌ରେ ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ୩୦୪ରେ ପହଞ୍ଚିଛି ।
https://onakhabar.com/2020/02/02/coronavairus/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking