27.8 C
Bhubaneswar
Wednesday, April 17, 2024
Homeଦେଶ ବିଦେଶଊହାନରେ କରୋନା ଆକ୍ରାନ୍ତ କେତେ ସେ ନେଇ ଆକଳନ କରିପାରୁନାହାଁନ୍ତି ଚୀନ ସରକାର

ଊହାନରେ କରୋନା ଆକ୍ରାନ୍ତ କେତେ ସେ ନେଇ ଆକଳନ କରିପାରୁନାହାଁନ୍ତି ଚୀନ ସରକାର

ବେଜିଙ୍ଗ : ସମଗ୍ର ବିଶ୍ୱରେ ଆତଙ୍କ ଖେଳିଛି ମହାମାରୀ କରୋନା ଭାଇରସ । ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏବେ ଏହି କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୪୫୦ ପାର କରିସାରିଛି । ଗତକାଲି ଚୀନର ହୁବେଇ ପ୍ରାନ୍ତରେ ଗୋଟିଏ ଦିନରେ ୧୧୬ ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ଜୀବନ ଯାଇଥିବାବେଳେ ୪୮୧୩ ନୂଆ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ଗୋଟିଏ ଦିନରେ ଏତେ ସଂଖ୍ୟକ ନୂଆ ରୋଗୀ ଚିହ୍ନଟ ହେବା ଓ ଏତେ ରୋଗୀ ପ୍ରାଣ ହରାଇବାକୁ ନେଇ ଚୀନରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି ।
ତେବେ ବର୍ତ୍ତମାନର ଖବର ଅନୁଯାୟୀ କରୋନା ଭାଇରସରେ କେତେ ଲୋକ ଆକ୍ରାନ୍ତ ହୋଇ ସାରିଲେଣି ତା ର ସଠିକ ତଥ୍ୟ ଚୀନ ସରକାର ମଧ୍ୟ ଦେଇ ପାରୁନାହାଁନ୍ତି । ହୁବେଇ ରାଜ୍ୟର ରାଜଧାନୀ ଊହାନରେ କେତେ କରୋନା ଆକ୍ରାନ୍ତ ରୋଗୀ ଅଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଆକଳନ କରିପାରୁନାହାଁନ୍ତି ଚୀନ ସରକାର । ଚୀନର ରାଜଧାନୀ ବେଜିଂରେ ଥିବା କରୋନା ଭାଇରସକୁ ମନିଟରିଙ୍ଗ କରୁଥିବା ସ୍ପେଶାଲ ଟିମ ମଧ୍ୟ ଏହି କଥାକୁ ମାନିଛି । ସ୍ପେଶାଲ ଟିମ ମୁଖ୍ୟଙ୍କ ବୟାନ ଅନୁସାରେ “ବର୍ତମାନ ସୁଦ୍ଧା ଜାଣିପାରୁନାହୁଁ ଯେ ଊହାନ ସହରରେ କେତେ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆମର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏହି କାର୍ଯ୍ୟରେ ଲାଗିଛନ୍ତି ଊହାନ ପ୍ରଦେଶରେ ଥିବା ପ୍ରତ୍ୟେକ ଘରକୁ ଯାଇ ଯାଞ୍ଚ କରୁଛନ୍ତି ଆମ ସ୍ୱାସ୍ଥ୍ୟ କର୍ମୀ । ଯାହା ବର୍ତ୍ତମାନ ସୁଦ୍ଧା ସମାପ୍ତ ହୋଇନି ଏହା ଶେଷ ହେବା ପରେ ହିଁ ଜଣାପଡିବ କେତେ ଲୋକ କରୋନା ଭାଇରସରେ ଶୀକାର ହୋଇଛନ୍ତି “। ଊହାନ ରେ କେତେ ଆକ୍ରାନ୍ତ ଅଛନ୍ତି ସେ ନେଇ ଆକଳନ କରିପାରୁନାହାଁନ୍ତି ଚୀନ ସରକାର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking