33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକେନ୍ଦ୍ର କର୍ମଚାରୀଙ୍କୁ ଝଟକା , ଦେଢ ବର୍ଷ ପର୍ଯ୍ୟନ୍ତ ବଢିବନି ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀଙ୍କୁ ଝଟକା , ଦେଢ ବର୍ଷ ପର୍ଯ୍ୟନ୍ତ ବଢିବନି ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କରୋନା ପାଇଁ ଏବେ ଦେଶର ଅର୍ଥନୀତି ଉପରେ ବିଶେଷ ପ୍ରଭାବ ପଡିଛି । ଫଳରେ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖରାପ ଖବର ରହିଛି । କେନ୍ଦ୍ରୀୟ କର୍ମଚାରୀଙ୍କୁ ପ୍ରଦାନ କରାଯିବାକୁ ଥିବା ଡିଏ ବା ମହଙ୍ଗା ଭତ୍ତା ବୃଦ୍ଧିରେ ବର୍ତ୍ତମାନ ରୋକ ଲଗାଯାଇଛି । କେନ୍ଦ୍ର ସରକାର ୧ ଜାନୁୟାରୀ ୨୦୨୦ରୁ ୧ ଜୁଲାଇ ୨୦୨୧ ମଧ୍ୟରେ ହେବାକୁ ଥିବା ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ବାତିଲ କରିଛନ୍ତି । ଅର୍ଥ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୧ ଜାନୁୟାରୀ ୨୦୨୦ରୁ ମହଙ୍ଗା ଭତ୍ତା ଏବଂ କେନ୍ଦ୍ର ସରକାରଙ୍କ ପେନସନଧାରୀଙ୍କୁ ଅତିରିକ୍ତ କିସ୍ତି ପ୍ରଦାନ କରାଯିବ ନାହିଁ । ଗୁରୁବାର ଦିନ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତି ଅନୁଯାୟୀ, ଏହି ନିଷେଧ ଜୁଲାଇ ୧, ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ସ୍ପଷ୍ଟ କରିଛି । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, କରୋନା ସଙ୍କଟ ହେତୁ ଜାନୁୟାରୀ ୧, ୨୦୨୦ ଠାରୁ କେନ୍ଦ୍ରୀୟ କର୍ମଚାରୀ କିମ୍ବା ପେନସନଭୋଗୀଙ୍କୁ ଡିଏ ପରିମାଣ ଦିଆଯିବ ନାହିଁ। ଏଥି ସହିତ, ୧ ଜୁଲାଇ ୨୦୨୦ ରୁ ଗ୍ରହଣ କରାଯିବାକୁ ଥିବା ଅତିରିକ୍ତ ଡି ଏ କୁ ମଧ୍ୟ ଦିଆଯିବ ନାହିଁ ।
ତେବେ ବର୍ତ୍ତମାନ ଡିଏ ଦେବାକୁ ନିଷ୍ପତ୍ତି କେବେ ନିଆଯିବ, ତାହା ୧ ଜୁଲାଇ ୨୦୨୧ ରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking