33.1 C
Bhubaneswar
Thursday, April 25, 2024
Homeଓଡିଶାଅତୀତକୁ ଫେରୁଛନ୍ତି ଲୋକେ: କରୋନା କବଳରୁ ରକ୍ଷା ପାଇବା ପାଇଁ କରୁଛନ୍ତି ପୂଜାର୍ଚ୍ଚନା

ଅତୀତକୁ ଫେରୁଛନ୍ତି ଲୋକେ: କରୋନା କବଳରୁ ରକ୍ଷା ପାଇବା ପାଇଁ କରୁଛନ୍ତି ପୂଜାର୍ଚ୍ଚନା

କେନ୍ଦ୍ରାପଡା଼ : ଜ୍ଞାନ ବିଜ୍ଞାନ, ଡାକ୍ତରୀ ଚିକିତ୍ସା ଏବେ ଶୀର୍ଷ ସୀମାରେ ପହଂଚିଛି । ଏପରି କି ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ଲୋକେ ବାସସ୍ଥାନ ସୃଷ୍ଟି କରିବାକୁ ଯୋଜନା ଆରମ୍ଭ କରିଛନ୍ତି, ମହାକାଶରେ ଲୋକେ ବର୍ଷ ବର୍ଷ ଧରି ରହିପାରୁଛନ୍ତି । ଡାକ୍ତରୀ ଚିକିତ୍ସାର ଅଗଗ୍ରଗତି ଫଳରେ କ୍ୟାନସର ଭଳି ବହୁ ଦୁରାରୋଗ୍ୟ ରୋଗର ଚିକିତ୍ସା କରାଯାଇ ଲୋକଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରାଯାଇ ପାରଥିବାରୁ ମଣିଷ ମୃତ୍ୟୁକୁ ଜୟ କରିପାରିଛି ବୋଲି କୁହାଯାଉଛି । ହେଲେ ହଠାତ୍ କରୋନା ଭାଇରସ୍ ଅବିର୍ଭାବ ହୋଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେବା ସହ ହଜାର ହଜାର ଲୋକଙ୍କ ପ୍ରାଣହାନୀର କାରଣ ହୋଇଥିବାରୁ ସମଗ୍ର ବିଶ୍ୱ ଏବେ ଠପ୍ ହୋଇ ଯାଇଛି । ଏହି ପରିସ୍ଥିତିରେ ଲୋକେ ବିଜ୍ଞାନ ଓ ଡାକ୍ତରୀ ଚିକିତ୍ସା ଉପରୁ ଭରସା ତୁଟାଇ କେବଳ ଭଗବାନଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି । ଅତୀତରେ ହଇଜା, ବସନ୍ତ, ହାଟଫୁଟି ଆଦି ମହାମାରୀ ରୋଗ ସୃଷ୍ଟି ହୋଇ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଥିଲା ଓ ଏହି ରୋଗ ଗୁଡ଼ିକର ଚିକିତ୍ସା ନଥିବାରୁ ଲୋକେ ଏହି ରୋଗକୁ ଦେବୀ ବୋଲି ଭାବି ଗ୍ରାମ ଦେବତୀଙ୍କୁ ପୂଜାର୍ଚ୍ଚନା କରିବା ସହ ଦେବୀଙ୍କୁ ଶାନ୍ତ କରିବାକୁ ପଣା ଭୋଗ ଦେଉଥିଲେ । ଲୋକଙ୍କର ବିଶ୍ୱାସ ଥିଲା ଏହି ରୋଗ ରୂପି ଦେବୀ ଶାନ୍ତ ହେଲେ ନିଜ ଗାଁ ବା ପରିବାରକୁ ମହାମାରି ରୋଗ ହେବ ନାହିଁ । କରୋନାର ଆବିର୍ଭାବ ପରେ ଏବେ ଠିକ୍ ସେହିଭଳି ଆତଙ୍କଜନକ ଅବସ୍ଥା ସୃଷ୍ଟି ହୋଇଛି । କରୋନା କବଳରୁ ମୁକ୍ତି ପାଇବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଗାଁ ଗାଁରେ ଏବେ ପୂଜାର୍ଚ୍ଚନା ହେଉଥିôବା ଦେଖା ଯାଉଛି । ଗାଁ ଲୋକମାନେ ନିଜ ନିଜ ମଧ୍ୟରେ ଚାନ୍ଦା କରି ଗ୍ରାମ ଦେବତୀଙ୍କ ନିକଟରେ ହୋମ କରି ପୂଜାର୍ଚ୍ଚନା କରିବା ସହ ଗାଁ ଶେଷ ମୁଣ୍ଡରେ ଥିବା ଛକରେ କରୋନାରୂପୀ ଦେବୀଙ୍କ ଉଦ୍ଦେଶ୍ୟରେ ପଣା ଭୋଗ ଦେଉଛନ୍ତି । କରୋନା ଦେବୀଙ୍କୁ ପଣା ଭୋଗ ଦେଲେ ସୋ ଶାନ୍ତ ହୋଇ ଗ୍ରାମକୁ ଓ ପରିବାରକୁ ଆଉ ପ୍ରବେଶ କରିବେ ନାହିଁ ବୋଲି ଲୋକମାନେ ଭାବୁଛନ୍ତି । କରୋନାରୁ ମୁକ୍ତି ପାଇବା ପାଇଁ ଅନେକ ସ୍ଥାନରେ ଲୋକକମାନେ ସଂକୀର୍ତନ କରୁଥିବା ମଧ୍ୟ ଦେଖାଯାଉଛି । ସବୁଆଡ଼େ କେବଳ ଗୋଟିଏ କଥା ଆଲୋଚନା ହେଉଛି ‘ଭଗବାନ ଚାହିଁଲେ କେବଳ ରକ୍ଷା ମିଳିବ’ । ‘ସର୍ବେ ହୋଇବେ ଉର୍ଦ୍ଧ୍ୱମୁଖ, କହିବେ ନାରାୟଣ ରଖ’ ଆପ୍ତ ବାକ୍ୟଟି ଏବେ ସତ୍ୟରେ ପରିଣତ ହୋଇଥିବା ପ୍ରତୀୟମାନ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking