34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକରୋନା ଯୋଦ୍ଧା ପୁଷ୍ପାଞ୍ଜଳି ଓ ବିମଳ ଯୋଡ଼ି କରୋନା ରେ ଆକ୍ରାନ୍ତ

କରୋନା ଯୋଦ୍ଧା ପୁଷ୍ପାଞ୍ଜଳି ଓ ବିମଳ ଯୋଡ଼ି କରୋନା ରେ ଆକ୍ରାନ୍ତ

ନୂଆଦିଲ୍ଲୀ .: ଦିଲ୍ଲୀ ର ପ୍ରବାସୀ ଓଡ଼ିଆ ମାନଂକ ମହଲ ରେ କରୋନା ଯୋଦ୍ଧା ଭାବ ରେ ସୂପରହିଟ ଦମ୍ପତ୍ତି ବିମଳ ଭଲ ଓ ପୁଷ୍ପାଞ୍ଜଳି ବାରିକ ଉଭୟ ଏବେ କରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି | ଦାତବ୍ୟ ସଂସ୍ଥା ମହାକାଂକ୍ଷା ଫାଉଣ୍ଡେସନ ର ପ୍ରତିଷ୍ଠାତା ଶ୍ରୀ ଭଲ ଓ ଶ୍ରୀମତୀ ବାରିକ, ଲକଡ଼ାଊନ ଆରମ୍ଭ ହେବା ସମୟରେ ସେମାନେ ରହୁଥିବା ପଶ୍ଚିମ ଦିଲ୍ଲୀ ଇଲାକାରେ ପ୍ରବାସୀ ଶ୍ରମିକ ମାନଂକ ମଧ୍ୟ ରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରି ବେଶ ଚର୍ଚା କୁ ଆସିଥିଲେ | ଦିଲ୍ଲୀ ର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ମାନଂକ ତରଫରୁ ମହାମାରୀ କୁ ଭ୍ରୁକ୍ଷେପ ନକରି ଉଲ୍ଲେଖନୀୟ ସମାଜ ସେବା କରିଥିବା ରୁ ସେବି ଯୁଗଳଙ୍କୁ କରୋନା ଯୋଦ୍ଧା ର ଉପାଧି ରେ ଭୂଷିତ କରାଯିବା ସହିତ ସ୍ୱୀକୃତି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା | ନିକଟରେ ହଠାତ ଉଭୟ ଜ୍ୱର ଓ ମୁଣ୍ଡ ବ୍ୟଥା ର ଶିକାର ହେବାରୁ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା | ଉଭୟଙ୍କ ଟେଷ୍ଟ ପଜିଟିଭ ବାହାରିବାରୁ ସେମାଙ୍କୁ ହରିୟାଣା ର ଜେ.ଜେ.ଆଇ.ଏମ.ଏସ. ହସ୍ପିଟାଲ ରେ ଭର୍ତି କରାଯାଇଛି | ଏବେ ଉଭୟଙ୍କ ନିକଟ କୁ ସେମାନଂକର ଶୁଭାକାଂକ୍ଷୀ ମାନଙ୍କ ତରଫ ରୁ ଶୁଭେଚ୍ଛା ବାର୍ତା ର ସୂଅ ଛୁଟିଛି | ଉଭୟ କରୋନା ଯୋଦ୍ଧାଙ୍କର ସ୍ୱାସ୍ଥ୍ୟବସ୍ଥା ରେ ଉର୍ନତି ଘଟୁଛି ଓ ସେମାନେ ବିପଦ ସୀମା ରୁ ବାହାରକୁ ଆସି ସାରିଥିବା ପରିବାର ସୂତ୍ରରୁ ପ୍ରକାଶ |ସୁସ୍ଥ ହେବା ପରେ ନିଜର ପ୍ଲାଜ୍ମା ଦାନ କରିବାକୁ ହସ୍ପିଟାଲ ବିଛଣା ରୁ ପୁଷ୍ପାଞ୍ଜଳି ଘୋଷଣା କରିଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking