26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପୁଣି ଗଞ୍ଜାମ ଜିଲ୍ଲାର ୬ଜଣ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ

ପୁଣି ଗଞ୍ଜାମ ଜିଲ୍ଲାର ୬ଜଣ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ

ବ୍ରହ୍ମପୁର : ରାଜ୍ୟରେ ଗତ କିଛି ଦିନ ହେବ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପୁଲିସ୍ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି କରୋନା ଯୋଦ୍ଧାମାନଙ୍କ ଠାରେ ସଂକ୍ରମଣ ଦେଖିବାକୁ ମିଳିଛି। ଆଜି ପୁଣି ଗଞ୍ଜାମ ଜିଲ୍ଲାର ୬ଜଣ କରୋନା ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୩ଜଣ ବ୍ରହ୍ମପୁର ମହାନଗର ନିଗମର ହୋଇଥିବା ବେଳେ ଚିକିଟି, ଶେରଗଡ଼ ଓ ସାନଖେମୁଣ୍ଡି ବ୍ଲକର ଜଣେ ଲେଖାଏଁ କରୋନା ଯୋଦ୍ଧା ଥିବା ଜଣାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍‌ଯୋଗେ ଯୋଗେ ସୂଚନା ଦେଇଛନ୍ତି। ଏମାନଙ୍କୁ ମିଶାଇ ଆଜି ଗଞ୍ଜାମ ଜିଲ୍ଲାରେ ପୁଣି ୫୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ନୂଆ କରୋନା ସଂକ୍ରମିତମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏହାଫଳରେ ଗଞ୍ଜାମ ଜିଲ୍ଲାରେ ମୋଟ୍ ୮୫୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking