34.1 C
Bhubaneswar
Friday, March 29, 2024
HomeUncategorizedସମ୍ବଲପୁରରେ ପୁଣି ଜଣେ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ : ୬ ଦିନ ତଳେ କରୋନାରେ ଯାଇଥିଲା...

ସମ୍ବଲପୁରରେ ପୁଣି ଜଣେ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ : ୬ ଦିନ ତଳେ କରୋନାରେ ଯାଇଥିଲା ମା’ଙ୍କ ଜୀବନ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ଆଜି ଆଉ ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ ନେଇଛି । ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ଦୁଇଜଣ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ଏଣେ ଗୁରୁବାର ଚିହ୍ନଟ ନୂଆ ୩୮ ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଥିଲେ ହେ ସକ୍ରିୟ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଯାବତ୍ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩ ଜଣ ସୁସ୍ଥ ହୋଇଥିବାବେଳେ ୫୭୪ ଜଣ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭୪ ଜଣ କୋଭିଡ ହସ୍‌ପିଟାଲ, ୩୯୭ ଜଣ ବୁର୍ଲା ପୁଲହ କୋଭିଡ କେୟାର ସେଣ୍ଟର, ୯୫ ଜଣ ହୋମ୍ ଆଇସୋଲେସନ, ୨ ଜଣ କୋଭିଡ କେୟାର ହୋମ୍ ଏବଂ ୬ ଜଣ ହିଣ୍ଡାଲକୋ ଓ ଭୂଷଣ କମ୍ପାନୀର କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ବୁଧବାର ମୋଟ ୧୬୫୫ଟି ନମୁନା ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି ।
ସମ୍ବଲପୁର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ହୀରାକୁଦ ଇଏସ୍‌ଆଇ ଡାକ୍ତରଖାନାରେ ଅବସ୍ଥାପିତ ଏବଂ ସମ୍ବଲପୁର ଷ୍ଟେସନପଡ଼ା ବାସିନ୍ଦା ଜଣେ ୪୨ ବର୍ଷିୟ ଡାକ୍ତରଙ୍କ ଗୁରୁବାର ସକାଳ ୭ଟା ୧୦ରେ ମୃତ୍ୟୁ ହୋଇଛି । ୬ ଦିନ ତଳେ ଡାକ୍ତରଙ୍କ ମା’ଙ୍କ ମଧ୍ୟ କରୋନାରେ କୋଭିଡ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ବାପା ମଧ୍ୟ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଘରେ ତାଙ୍କ ପତ୍ନୀ ଓ ଏକମାତ୍ର ପୁଅ ଅଛନ୍ତି । ଏହାପୂର୍ବରୁ ସୋମବାର ରାତିରେ ଜିଲ୍ଲାର ରେଙ୍ଗାଲି ଥାନାରେ ଅବସ୍ଥାପିତ ଏବଂ ସମ୍ବଲପୁର ବକ୍ସହିଲରେ ସପରିବାର ରହୁଥିବା କୋଭିଡ ଯୋଦ୍ଧା ପୁଲିସ କନଷ୍ଟେବଳ ପିଟ୍ରସ୍ ଟିଗ୍‌ଗା (୫୩)ଙ୍କ ବୁର୍ଲା କୋଭିଡ କେୟାର ସେଣ୍ଟରରେ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ମୃତ୍ୟୁ ସରକାରୀ ଭାବେ ଘୋଷଣା କରାଯାଇ ନଥିବାବେଳେ ପିଟ୍ରସଙ୍କ ମୃତ୍ୟୁ ନେଇ ଏସପି ଡ. କନୱର ବିଶାଲ ସିଂହ ଟ୍ୱିଟ୍ କରି ସୂଚନା ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking