ଭୋକ ଉପାସରେ କରୋନା ଯୋଦ୍ଧା ପ୍ରାପ୍ୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

କେନ୍ଦୁଝର- କରୋନା କୁ ନେଇ ପ୍ରବାସୀ ଘର ମୁହାଁ ହେଉଥିବା ବେଳେ ସରକାର ଙ୍କ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ବା ଟିଏମସି ସ୍ଥାପନ କରାଯାଇଥିଲା । ତେବେ ଟିଏମସି ଦାଇତ୍ୱରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଡ଼ାଇରେକ୍ଟର ସ୍ପେଶାଲ ପ୍ରୋଜେକ୍ଟ ୨.୦୫.୨୦୨୦ରେ ଚିଠି ନମ୍ବର ୭୯୫୭ ଅନୁଯାଇ ଗ୍ରାମରଖି ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଗତ ଦୁଇ ମାସ ରୁ ଉର୍ଦ୍ଧ ଧରି କରୋନା କୁ   ଡରି କର୍ତ୍ତବ୍ୟ ସୁଚାରୁ ରୁପେ କରିଥିଲେ ମଧ୍ୟ ସରକାରୀ ନିୟମ ଅନୁସାରେ ପ୍ରାପ୍ୟ  ପ୍ରଦାନ ନକରାଯାଇଥିବା ଅଭିଯୋଗ କରିଛନ୍ତି । ହାଟଡ଼ିହି ବ୍ଲକର ନନ୍ଦିପଦା ଥାନା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ୧୫ ରୁ ଉର୍ଦ୍ଧ୍ବ ଗ୍ରାମରଖି ପ୍ରାପ୍ୟ ନପାଇ ଜିଲ୍ଲାପାଳ ଙ୍କୁ  ଆଜି ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୂର୍ବରୁ ବାରମ୍ବାର ହାଟଡିହି ବିଡ଼ିଓ ଓ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ପ୍ରକାଶ କରିଛନ୍ତି ଗ୍ରାମରଖି ମାନେ । ଗତ ଦୁଇ ମାସ ଧରି ଘରଦ୍ୱାର ଛାଡି ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରି ତାର ଫଳ ସ୍ୱରୂପ ଭୋକରେ କରୋନା ଯୋଦ୍ଧା ଓ ତାଙ୍କ ପରିବାର । ଯାହାକୁ ନେଇ ନିଜ ପ୍ରାପ୍ୟ ପାଇଁ ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଛନ୍ତି ।
-ଅନିଲ ନନ୍ଦ ଙ୍କ ରିପୋର୍ଟ