27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକଳିଙ୍ଗ ଭାରତୀ ଦ୍ଵାରା କରୋନା ଯୋଦ୍ଧIଙ୍କୁ ସମ୍ବର୍ଦ୍ଧନା

କଳିଙ୍ଗ ଭାରତୀ ଦ୍ଵାରା କରୋନା ଯୋଦ୍ଧIଙ୍କୁ ସମ୍ବର୍ଦ୍ଧନା

ଗୁରୁଗ୍ରାମ : ଭାରତବର୍ଷର ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଗୁରୁ ଗ୍ରାମ ର କଳିଙ୍ଗ  ଭାରତୀ ଫାଉଣ୍ଡେସନ  ତରଫରୁ ଇଣ୍ଟରନେଟ ମାଧ୍ୟମରେ କରୋନା ଯୋଦ୍ଧI ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ପାଇଁ ଏକ ୱେବ୍ ନାର ଆୟୋଜନ କରାଯାଇଥିଲା | ଏହି ଅଧିବେଶନରେ ଦେଶ ବିଦେଶରୁ ପ୍ରାୟ ୪୦ ରୁ ଉର୍ଧ୍ଵ ସାମାଜିକ ସଂଗଠନର ସଦସ୍ୟମାନେ ଯୋଗ ଦେଇଥିଲେ l କଳିଙ୍ଗ ଭାରତୀ ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ମାନବିକ ଅଧିକାର କମିଶନ, ହରିୟାଣାର ମୁଖ୍ୟ ଅକ୍ଷୟ କୁମାର ସାମଲ ଦେଶର ବର୍ତମାନ କରୋନା ମହାମାରୀ ପରିସ୍ଥିତିରେ ଡାକ୍ତର, ନର୍ସ, ପୋଲିସ, ବିଭିନ୍ନ ସାମାଜିକ ସଂଗଠନ, ଆଶା କର୍ମଚାରୀ ମାନଙ୍କର ସେବାକାର୍ଯ୍ୟର ଭୁରି ଭୁରି ପ୍ରଶଂସା କରିଥିଲେ | ବିଗତ ୧୨ ବର୍ଷ ଧରି କଳିଙ୍ଗ ଭାରତୀ ଦିଲ୍ଲୀ, ଓଡିଶା,ହରିୟାଣା ରେ ବିଭିନ୍ନ ପ୍ରକାରର ଧାର୍ମିକ, ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ କରି ଆସୁଛି l ରଜ ଉତ୍ସବ, ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ, ଉରୀ ରେ ସହୀଦ ହୋଇଥିବା ସୈନିକଙ୍କ ପାଇଁ ସହୀଦ କୋ ସଲାମ କାର୍ଯ୍ୟକ୍ରମ ତଥା ଡିସେମ୍ବର ୨୦୧୯ ରେ ଆନ୍ତର୍ଜାତିକ ଶ୍ରୀ ଜଗନ୍ନାଥ ମହୋତ୍ସବ  ଆୟୋଜନ କରାଯାଇଥିଲା l ଜାତୀୟ ରାଜଧାନୀ କ୍ଷେତ୍ରରେ ପ୍ରଥମ ଥର ପାଇଁ ଆୟୋଜିତ କରାଯାଇଥିବା ଏହି ଭବ୍ୟ ମହାସମାରୋହରେ ଯେଉଁଥିରେ  ପୂର୍ବତନ ରାଷ୍ଟ୍ରପତି ଡ଼ ଶ୍ରୀ ପ୍ରଣବ ମୁଖାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ସମ୍ଵର୍ଦ୍ଧନା ଅଧିବେଶନରେ ଭାରତ ସରକାରଙ୍କର ଅଧିନସ୍ଥ କାର୍ଯ୍ୟରତ ଯୁଗ୍ମ ସଚିବ ଶ୍ରୀ ସଂଜୀବ ପାଟଜୋଷୀ (IPS ) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ମୁଖ୍ୟ ବକ୍ତା ଭାବରେ ରିଲାଏନ୍ସ କମ୍ପାନୀ ର ମାନବ ସଂଶାଧନ ବିଭାଗର ମୁଖ୍ୟ ତଥା ବିଶିଷ୍ଠ ସମାଜସେବୀ ଶ୍ରୀ ବିଜୟ ସାହୁ ଏବଂ ଦିଲ୍ଲୀ ସ୍ଥିତ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ଚୌଧରୀ ତଥା ହୃଦରୋଗ ବିଶେଷଜ୍ଞ ଡାକ୍ତର ବିକ୍ରମ ମହାନ୍ତି ପ୍ରମୂଖ ଯୋଗ ଦାନ କରି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ | ବରିଷ୍ଠ ସାମ୍ବାଦିକ ଶ୍ରୀ କିଶୋର ଦ୍ବିବେଦୀ, କଳିଙ୍ଗ ଭାରତୀ ଫାଉଂଡେସନ ତରଫରୁ ସୁଧାଂଶୁ ପାଢ଼ୀ, ନିରଜ ସାହୁ, ବବିତା ନନ୍ଦ, ନିରୁପମା ପାଲ, ଅନୁଷ୍କା ପରିଜା , ସୌମ୍ୟ ପଟନାୟକ , ସଞ୍ଜୟ ବେହେରା ,ସଞ୍ଜୟ ମହାନ୍ତି ,ଅକ୍ଷୟ ଷଡ଼ଙ୍ଗୀ ,ସନ୍ଧ୍ୟା ମହାନ୍ତି , ବିଜୟ ମିଶ୍ର, ଯଯାତି ପାଲ, ପୁଷ୍ପାଞ୍ଜଳି ବାରିକ  ଉପସ୍ଥିତ ଥିଲେ | ଦେଶ ବିଦେଶର ପ୍ରାୟ ୧୦୦ ରୁ ଉର୍ଧ୍ଵ କରୋନା ଯୋଦ୍ଧIଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା | କାର୍ଯ୍ୟକ୍ରମର ସମାପନ ପୂର୍ବରୁ ଶ୍ରୀ ସଞ୍ଜୟ ଦାସ  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking