27.8 C
Bhubaneswar
Friday, April 19, 2024
Homeଓଡିଶାକରୋନା ଯୋଦ୍ଧା ହେଲେ କରୋନା ଆକ୍ରାନ୍ତ

କରୋନା ଯୋଦ୍ଧା ହେଲେ କରୋନା ଆକ୍ରାନ୍ତ

ଗଞ୍ଜାମ : କରୋନା ଯୋଦ୍ଧା ହେଲେ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରେ ୧୧ଜଣ କରୋନା ଯୋଦ୍ଧାଙ୍କୁ କରୋନା । ଜିଲ୍ଲାରେ ଚିହ୍ନଟ ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ହେଉଛନ୍ତି କରୋନା ଯୋଦ୍ଧା । କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଶର୍ସ୍ପରେ ଆସିବା ପରେ ସଂକ୍ରମିତ ହୋଇଛନ୍ତି ଏହି ୧୧ କରୋନା ଯୋଦ୍ଧା । ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏନେଇ ଟ୍ୱିଟ ଦ୍ୱାରା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ସୂଚନାଯୋଗ୍ୟ , ଗଞ୍ଜାମ ଜିଲ୍ଳାରୁ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୮ ହୋଇଥିବା ବେଳେ ୫୪୫ ଜଣ ସୁସ୍ଥ ହୋଇଛନ୍ତି ଓ ୫ ଜଣ ମୃତ୍ୟୁବରଣ କରିଛନ୍ତି । ୧୨୮ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ କୁ ବୃଦ୍ଧି ପାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ୨୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିଓ ଅନ୍ୟ ୧୨୩୬ ଜଣ ରାଜ୍ୟର ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking