33.1 C
Bhubaneswar
Wednesday, April 24, 2024
Homeଅପରାଧକରୋନା ମହାମାରୀ, ଲାଗୁ ହେଲା କଟକଣା

କରୋନା ମହାମାରୀ, ଲାଗୁ ହେଲା କଟକଣା

ଭୁବନେଶ୍ୱର : ସାରା ବିଶ୍ୱରେ ଦେଖାଦେଇଥିବା କରୋନା ମହାମାରୀ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜି ପର୍ଯ୍ୟନ୍ତ ୧୩୧ଟି ଦେଶରେ ଏହା ବ୍ୟାପୀଲାଣି । ୫୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି । ଭାରତରେ ମଧ୍ୟ ୨ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ରାଜ୍ୟ ସରକାର ମହାମାରୀ ଆଇନ-୧୮୯୭ ଧାରା ୨, ୩, ୪ରେ ପ୍ରଦତ କ୍ଷମତା ଆଧାରରେ କରୋନା ଭୂତାଣୁର ନିୟନ୍ତ୍ରଣ ଓ ପ୍ରତିଷେଧକ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ତେଣୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓଡ଼ିଶା କୋଭିଡି-୧୯ ନିୟନ୍ତ୍ରଣ ୨୦୨୦ ଜାରି କରାଯାଇଛି । ସମସ୍ତ ଜିଲ୍ଲାପାଳ, ମ୍ୟୁନିପାଲଟି କମିଶନର, ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ଭୂତାଣୁ ନବ୍ୟାପିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ କ୍ଷମତା ଦିଆଯାଇଛି । ଏ ସଂପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି ଯେ ରାଜ୍ୟ ସରକାର କୋଭିଡ-୧୯ର ମୁକାବିଲା ଓ ପୂର୍ବ ପ୍ରସ୍ତୁତିକୁ ନେଇ ସମ୍ପୂଣ୍ଣ ଭାବେ ସଜାଗ ଅଛନ୍ତି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଓଡ଼ିଶା ସରକାର ସାମୁହିକ କାର୍ଯ୍ୟକ୍ରମ ଉପରେ ଆବଶ୍ୟକ ସ୍ଥଳେ ରୋକ୍ ଲଗାଇବା ଲାଗି ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ଗଣ ସାଂସ୍କୃତିକ କାର୍ଯ୍ୟକ୍ରମ, ସଭା, ସମିତି, ବିବାହ ଉତ୍ସବ ଆଦି ଅଧିକ ଜନଗହଳି କାର୍ଯ୍ୟକ୍ରମରେ ଆୟୋଜନ ନ କରିବା ଲାଗି ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ସ୍ଥିତିରେ ସମୂହ କାର୍ଯ୍ୟକ୍ରମ ଆୟୋଜନ ଲାଗି ସ୍ୱତନ୍ତ୍ର ଭାବେ ରାଜ୍ୟ ସରକାରଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ । ଆବଶ୍ୟକ ସ୍ଥଳେ ପରିସ୍ଥିତିକୁ ନଜରରେ ରଖି ସମୂହ କାର୍ଯ୍ୟକ୍ରମକୁ ସରକାର ଅନୁମତି ପ୍ରଦାନ କରିବେ । ଯଦି ସରକାରଙ୍କ ହୃଦ୍‌ବୋଧ ହେବେ କୌଣସି ସ୍ଥାନରେ ସମୂହ କାର୍ଯ୍ୟକ୍ରମ ହେବା ଫଳରେ କୋଭିଡ୍ ଭାଇରସ ସଂକ୍ରମଣର ସମ୍ଭାବନା ରହିଛି, ତାହାଲେ ଅନୁମତି ପ୍ରଦାନ କରିବେ ନାହିଁ ବୋଲି ସେ କହିଛନ୍ତି । ରାଜ୍ୟରେ କୋଭିଡ୍ ସଚେତନା ଲାଗି ପ୍ରତି ପଞ୍ଚାୟତରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜ୍ୟ ସରକାର ଚିକିତ୍ସା କ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ୭ଟି ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡ ଓ ଆଇସିୟୁର ବ୍ୟବସ୍ଥା କରାଯାଇଛି । ସେହିପରି ସବୁ ଘରୋଇ ହସ୍ପିଟାଲଗୁଡ଼ିକ ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡ ଓ ଚିକିତ୍ସା ବ୍ୟବସ୍ଥା କରିବା ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ଔଷଧ ଓ ଉପକରଣ ଉପଲବ୍ଧ ରହିଛି । ରାଜ୍ୟ ସରକାର ସ୍ୱାସ୍ଥ୍ୟଜନିତ ମୁକାବିଲା ଓ ସଂକ୍ରମଣର ଚିକିତ୍ସା ଦିଗରେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking