26.7 C
Bhubaneswar
Friday, April 19, 2024
Homeଓଡିଶାକରୋନା ଭାଇରସ, ଖୋଲିଲା ସ୍ୱତନ୍ତ୍ର ଓ୍ୱାର୍ଡ

କରୋନା ଭାଇରସ, ଖୋଲିଲା ସ୍ୱତନ୍ତ୍ର ଓ୍ୱାର୍ଡ

ଭୁବନେଶ୍ୱର : କରୋନା ଭାଇରସକୁ ସାରା ବିଶ୍ଵରେ ଆତଙ୍କ ଖେଳିଯାଇଛି | ଏହି ଭୂତାଣୁ ସଂକ୍ରମଣରେ ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି । ଏବେ ଏହା ବିଶ୍ୱର ୧୫ଟି ଦେଶକୁ ବ୍ୟାପିଥିବା ବେଳେ ୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଲେଣି। ଏହାକୁ ନେଇ କିପରି ସତର୍କତା ଅବଲମ୍ବନ କରାଯିବ ସେ ନେଇ ଭାରତ ସରକାରଙ୍କ ସମେତ ରାଜ୍ୟ ସରକାରମାନେ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି । ଅନ୍ୟପଟରେ ଆମେରିକା ବିଶେଷଜ୍ଞଙ୍କ ମତ ୬.୨ କୋଟି ଲୋକଙ୍କ ଏଥିରେ ମୃତୁ ଘଟିବ ସମ୍ଭାବନା ଅଛି |
ଏହି ଭୂତାଣୁଜନିତ ରୋଗର ମୁକାବିଲା ନିମନ୍ତେ ରାଜ୍ୟର ବଡ଼ ମେଡିକାଲ୍‌ଗୁଡ଼ିକରେ ଖୋଲିଛି ସ୍ୱତନ୍ତ୍ର ଓ୍ୱାର୍ଡ। ଏହାସହ ଏୟାରପୋର୍ଟ, ଷ୍ଟେସନ ଓ ପୋର୍ଟରେ ଯାତ୍ରୀଙ୍କ ଉପରେ ସତର୍କ ନଜର ରଖିବାକୁ ଜାରି ହୋଇଛି ଆଡଭାଇଜରି । ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି । ବିମାନବନ୍ଦରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ ଝାରସୁଗୁଡ଼ା ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ବିଭାଗକୁ ମଧ୍ୟ ଏନେଇ ନିର୍ଦ୍ଦେଶ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking