30.1 C
Bhubaneswar
Thursday, April 25, 2024
Homeକରୋନାବିଶ୍ଵରେ ୭,୪୭,୨୩୨ ଜଣଙ୍କ ମୁଣ୍ଡ ନେଇଛି କରୋନା

ବିଶ୍ଵରେ ୭,୪୭,୨୩୨ ଜଣଙ୍କ ମୁଣ୍ଡ ନେଇଛି କରୋନା

ନୂଆଦିଲ୍ଲୀ: ସାରା ବିଶ୍ଵରେ ମହାମାରୀ କରୋନା ଆତଙ୍କ। ହୁ ହୁ ହୋଇ ମାଡ଼ି ଚାଲିଛି ମହାମାରୀ କରୋନା ଭୂତାଣୁ। ବିଶ୍ଵବ୍ୟାପୀ ୭୪୭,୨୩୨ ଜଣଙ୍କ ମୁଣ୍ଡ ନେଲାଣି ଏହି ମହାମାରୀ। ସେପଟେ ସାରା ବିଶ୍ଵରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦,୮୦୪,୪୫୯କୁ ବୃଦ୍ଧି ହୋଇଥିବା ବେଳେ ୧୩,୭୦୨,୬୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ବିଶ୍ଵରେ ଏଯାବତ୍ ୬,୩୫୪,୫୫୯ ଆକ୍ଟିଭ୍ କେସ୍ ରହିଥିବା ବେଳେ ୬୪,୬୦୪ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।
ତେବେ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା। ଏହାପରେ ଦ୍ଵିତୀୟ ସ୍ଥାନରେ ରହିଛି ବ୍ରାଜିଲ। ସେହିପରି ତୃତୀୟ ସ୍ଥାନରେ ରହିଛି ଭାରତ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୨,୩୯୫,୪୭୧ ଥିବା ବେଳେ ୪୭,୧୩୮ ଜଣଙ୍କ ମୁଣ୍ଡ ନେଇଛି କରୋନା। ତେବେ ଦେଶରେ ସୁସ୍ଥ ହାର ସର୍ବାଧିକ ରହିଛି। ଏହି ମହାମାରୀରୁ ୧,୬୯୫,୮୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking