34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସାଉଦି ଆରବକୁ ଫେରିଲା କରୋନା : ଭାରତ ସମେତ ୧୬ଦେଶକୁ ଯାତ୍ରା ଉପରେ କଟକଣା

ସାଉଦି ଆରବକୁ ଫେରିଲା କରୋନା : ଭାରତ ସମେତ ୧୬ଦେଶକୁ ଯାତ୍ରା ଉପରେ କଟକଣା

ନୂଆଦିଲ୍ଲୀ : ସାଉଦି ଆରବରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଉଦି ଆରବ ଏହାର ନାଗରିକ ମାନଙ୍କୁ ୧୬ ଟି ଦେଶକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ଦେଶଗୁଡ଼ିକରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ। ସାଉଦି ଆରବର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ଆଶ୍ୱାସନା ଦେଇଛି ଯେ ଦେଶରେ ମଙ୍କିପକ୍ସ କୌଣସି ମାମଲା ସାମ୍ନାକୁ ଆସିନାହିଁ । ଏହା ମଧ୍ୟ କୁହାଯାଇଛି ଯେ ଯଦି ଦେଶରେ ମଙ୍କିପକ୍ସର ମାମଲା ଚିହ୍ନଟ କରାଯାଏ ତେବେ ଏହି ସଂକ୍ରମଣ ସହ ମୁକାବିଲା କରିବାର କ୍ଷମତା ରହିଛି।

ଡେପୁଟି ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲ୍ଲା ଆସିରି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷମାନଙ୍କ ମଧ୍ୟରେ ମଙ୍କିପକ୍ସ ସଂକ୍ରମଣର ମାମଲା ବହୁତ ସୀମିତ ରହିଛି। ତେଣୁ ଏଥିରୁ କୌଣସି ରୋଗ ହେବାର ସମ୍ଭାବନା ବହୁତ କମ୍ । ଡବ୍ଲୁଏଚ୍‌ଓ ଏ ପର୍ଯ୍ୟନ୍ତ ୧୧ ଟି ଦେଶରେ ୮୦ ଟି ମଙ୍କିପକ୍ସର ମାମଲା ନିଶ୍ଚିତ କରିଛି। ଏହି ସଂକ୍ରମଣ ବିସ୍ତାରର କାରଣ ଖୋଜିବାକୁ ଚେଷ୍ଟା କରୁଛି ବୋଲି ଡବ୍ଲୁଏଚ୍‌ଓ କହିଛି।

ସାଉଦି ଆରବରେ ୪୧୪ ଟି ନୂଆ କରୋନା କେସ ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୭୬୨୫୭୫ ଟି କରୋନା ମାମଲା ଚିହ୍ନଟ ହୋଇଛି । କେବଳ ଏତିକି ନୁହେଁ, ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ କରୋନାରେ ୯୧୨୮ ଜଣଙ୍କର ମୃତ୍ୟୁ ହୋଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସାମ୍ପ୍ରତିକ ମାମଲାରେ ୮୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସାଉଦି ଆରବରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୪ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୬୪୪୮ ସକ୍ରିୟ ମାମଲା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking