ପଶ୍ଚିମବଙ୍ଗ ଫେରନ୍ତା ନିଜ ଆଡୁ ଜଣାଅ

ଭୁବନେଶ୍ୱର: ଭାରତରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ରାଜ୍ୟରେ ମଧ୍ୟ ବଢୁଛି ଏହି କରୋନା ରୋଗୀଙ୍କ ସଂଖ୍ୟା । ତେବେ ଆଜି ରାଜ୍ୟରେ ଆଉ ୬ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୭ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଫଳରେ ଆଜି ଗୋଟିଏ ଦିନରେ ୧୩ କରୋନା ରୋଗୀ ଚିହ୍ôନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଂଚିଛି । ହେଲେ ଏଠି ଏକ ଆଶ୍ଚର୍ଯକର କଥା ପରିଲକ୍ଷିତ ହେଉଛି । ତାହା ହେଲା ପୂର୍ବରୁ ରାଜ୍ୟରେ ବଢୁଥିବା ରୋଗୀଙ୍କ ସଂଖ୍ୟାରେ ୩୦ ପ୍ରତିଶତରୁ ଅଧିକ ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ ସହ ଥିବା କୁହାଯାଉଥିଲା । ମାତ୍ର ଏବେ ବଢୁଥିବା ସଂଖ୍ୟାରେ ଅଧିଂକାଶ ପଶ୍ଚିମବଙ୍ଗ ଲିଙ୍କ ରହିଥିବା ସ୍ପଷ୍ଟ ହୋଇଛି । ତେବେ ଆଜି ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ସରକାର ସୂଚନା ପ୍ରଦାନ କରିଛନ୍ତି । ସମୁଦାୟ ଉପରେ ଦେଖିବାକୁ ଗଲେ ମୋଟ ୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ପଶ୍ଚିମବଙ୍ଗ ଲିଙ୍କ ସହ ଜଡିତ ରହିଛନ୍ତି । ସେଥିପାଇଁ ଗତ ୨୮ ଦିନ ମଧ୍ୟରେ ଯେଉଁମାନେ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି, ସେମାନେ ନିଜ ଆଡୁ ଏନେଇ ସରକାରଙ୍କୁ ସୂଚନା ଦିଅନ୍ତୁ ବୋଲି ସରକାର କହିଛନ୍ତି । ସେମାନେ ସରପଞ୍ଚ, ବିଡିଓ ଓ ତହସିଲଦାରଙ୍କ ମାଧ୍ୟମରେ ଏନେଇ ସୂଚନା ଦେଇପାରିବେ । ପରେ କର୍ତୃପକ୍ଷଙ୍କ ସହ କଥାହୋଇ ହୋମ କ୍ୱାରେଂଟିନରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।