33.1 C
Bhubaneswar
Wednesday, April 24, 2024
Homeଓଡିଶାହୋମ୍ କ୍ୱାରେଣ୍ଟାଇନରେ ୯ କେରଳ ଫେରନ୍ତା

ହୋମ୍ କ୍ୱାରେଣ୍ଟାଇନରେ ୯ କେରଳ ଫେରନ୍ତା

ରାୟଗଡ଼ା : ଧାନବାଦ-ଆଲେପି ଟ୍ରେନରେ ଫେରିବା ପରେ ରାୟଗଡ଼ାର ଏକ ହୋଟଲରେ ୯ କେରଳ ଫେରନ୍ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଥିବା ଡା. ଭି ଏଲ ଏନ ରାଜୁ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, କେରଳର ତ୍ରିଶ୍ରୁର ଜିଲ୍ଲାର ବିଭିନ୍ନ ହୋଟଲରେ କାମ କରୁଥିବା କାଶୀପୁର ଅଞ୍ଚଳର ୯ ଯୁବକ ରାୟଗଡ଼ାରେ ପହଞ୍ôଚବା ପରେ ଏକ ଘରୋଇ ହୋଟଲରେ ରହିଥିଲେ । ସଂଧ୍ୟା ୭ଟାରେ ଶ୍ରମିକମାନେ ହୋଟେଲକୁ ଯିବା ପରେ କୌଣସି ସୂତ୍ରରୁ ଖବର ପାଇ ରାତି ୯ଟା ୩୦ରେ ପୁଲିସ, ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ସମସ୍ତ ଯୁବକ କେରଳରୁ ଆସିଥିବା ଜଣା ପଡ଼ିଥିଲା । ପ୍ରାଥମିକତା ଭିତ୍ତିିରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିବା ଜଣାପଡ଼ିଛି । ଯୁବକଙ୍କୁ ହୋଟଲରୁ ନ ବାହାରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ସହରର ଥିବା ସମସ୍ତ ହୋଟେଲରେ ଚଢ଼ଉ କରି ଆଗନ୍ତୁକଙ୍କ ସମ୍ପର୍କରେ ଛାନଭିନ୍ କରିବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିର୍ଦେଶ ଦେଇଛନ୍ତି । ଏଥି ସହିତ ସମସ୍ତ ହୋଟେଲ କର୍ତୃପକ୍ଷଙ୍କୁ ଅତିଥିଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ପୁଲିସ ପ୍ରଶାସନ ନିର୍ଦ୍ଦେର୍ଶ ଦେଇଛନ୍ତି । ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କ ନେତୃତ୍ୱରେ ଡା. ଭି ଏଲ ଏନ ରାଜୁ, ଡା. କଲ୍ଲୋଳ ଦାଶ ଓ ସହକାରୀ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ସାହୁଙ୍କ ସମତେ ଟାଉନ ଥାନା ପୁଲିସ ଚଢ଼ଉରେ ସାମିଲ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking