34.1 C
Bhubaneswar
Thursday, March 28, 2024
Homeକରୋନାଫ୍ରାନ୍ସରେ ଦିନକରେ ୧୩୦୦ ମୃତ

ଫ୍ରାନ୍ସରେ ଦିନକରେ ୧୩୦୦ ମୃତ

ଫ୍ରାନ୍ସ : ୨୦୪ ଦେଶକୁ ବ୍ୟାପିଲା ମହାମାରୀ କରୋନା । ଏହି ମହାମାରି ସାରା ବିଶ୍ୱରେ ତା’ର କାୟାବିସ୍ତାର କରିବାରେ ଲାଗିପଡ଼ିଛି । ଏନେଇ ଫ୍ରାନ୍ସରେ ଦିନକରେ ସର୍ବାଧିକ ୧୩୫୫ କରୋନା ସଂକ୍ରମିତ ଯୋଗୁଁ ମୃତ୍ୟୁ ହୋଇଛି । ଏହାକୁ ନେଇ ବର୍ତମାନ ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା ୫,୩୮୭କୁ ବୃଦ୍ଧି ପାଇଛି । ସେହିପରି ସ୍ପେନରେ ୯୬୧ଜଣଙ୍କର ମୃତ୍ୟୁ ହୋଇଛି, ବର୍ତମାନ ସ୍ପେନରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଲା । ଇଟାଲୀରେ ସର୍ବାଧିକ ୧୩,୯୧୫ମୃତ୍ୟୁ ହୋଇଛି, ୧ଲକ୍ଷ ୧୫ହଜାର ୨୪୨ ଆକ୍ରାନ୍ତ ହୋଇଛନ୍ତି । ଆମେରିକାରେ ୬ ହଜାର ୭୦ମୃତ୍ୟୁ, ୨ଲକ୍ଷ ୪୪ହଜାର ୪୩୩ ଆକ୍ରାନ୍ତ । ଚିନରେ ୩,୩୧୮ମୃତ,୮୧ହଜାର ୫୮୯ଆକ୍ରାନ୍ତ । ଇରାନରେ ୩,୧୬୦ମୃତ, ୫୦,୪୬୮ଆକ୍ରାନ୍ତ ହୋଇଛନ୍ତି । ବ୍ରିଟେନରେ ୨,୯୨୧ମୃତ, ୩୩,୭୧୮ଆକ୍ରାନ୍ତ । ନେଦରଲାଣ୍ଡରେ ୧,୩୩୯ମୃତ,୧୪ହଜାର ୬୯୭ ଆକ୍ରାନ୍ତ। ଜର୍ମାନୀରେ ୧,୧୦୭ମୃତ, ୮୪,୭୯୪ କରୋନା ଆକ୍ରାନ୍ତ । ପାକିସ୍ତାନରେ ୩୪ମୃତ, ୨,୪୨୧ କରୋନା ଆକ୍ରାନ୍ତ ।
ବର୍ତମାନ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୪ ହଜାର ୪୯୯ଟପିଲା । କରୋନା ସଂକ୍ରମିତ ଆରୋଗ୍ୟଙ୍କ ସଂଖ୍ୟା ୨ଲକ୍ଷ ୧୨ ହଜାର ୧୮ । କରୋନା ସଂକ୍ରମଣରେ ମୃତ୍ୟୁସଂଖ୍ୟା ୫୩ ହଜାର ୧୫୯ ଜଣ । ବର୍ତମାନ ସୁଦ୍ଧା ୭ଲକ୍ଷ ୪୯ହଜାର ୩୨୨ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ୩୭ ହଜାର ୬୯୮ ଗୁରୁତର, ୭ଲକ୍ଷ ୧୧ ହଜାର ୬୨୪ ସାମାନ୍ୟ ଆକ୍ରାନ୍ତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking