39.2 C
Bhubaneswar
Thursday, April 18, 2024
Homeଓଡିଶାକରୋନା ଚଡକ : ରକ୍ତଭଣ୍ଡାରରେ ଅଭାବ ହେଉଛି ରକ୍ତ

କରୋନା ଚଡକ : ରକ୍ତଭଣ୍ଡାରରେ ଅଭାବ ହେଉଛି ରକ୍ତ

ଭୁବନେଶ୍ୱର : ରକ୍ତ ବିନା ମଣିଷ ବଞ୍ଚିବା ଅସମ୍ଭବ । ଥାଲାସେମିଆ, ସିକି୍କଲ୍ ସେଲ ଡିଜିଜ ଭଳି ରକ୍ତ ଅନିୟମିତତା ରୋଗୀଙ୍କ ପାଇଁ ତତକ୍ଷଣାତ୍ ରକ୍ତର ଆବଶ୍ୟକତା ପଡିଥାଏ । ଏହି ରକ୍ତ ଅନିୟମିତତା ରୋଗରେ ପୀଡିତ ବ୍ୟକ୍ତିଙ୍କୁ ସଠିକ୍ ସମୟ ମଧ୍ୟରେ ରକ୍ତ ନଦିଆଗଲେ ମୃତ୍ୟୁ ହୋଇଯିବାର ମଧ୍ୟ ସମ୍ଭାବନା ଥାଏ । ବର୍ତ୍ତମାନ ସମସ୍ତେ କରୋନାର ମୁକାବିଲା ପାଇଁ ଲାଗିଥିବା ବେଳେ ରାଜ୍ୟର ରକ୍ତଭଣ୍ଡାର ଗୁଡିକରେ ରକ୍ତ ଅଭାବ ସମସ୍ୟା ଦେଖାଦେଇଛି । ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ପାଇଁ ସରକାର ସତର୍କତା ଅବଲମ୍ବନ କରିବା ନେଇ ଲୋକଙ୍କୁ ଏକତ୍ର ହେବାକୁ ବାରଣ କରାଯାଇଛି । ଏନେଇ ସମସ୍ତ ସଭା, ଉତ୍ସବ ଓ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏହି କାର୍ଯ୍ୟକ୍ରମ ମଧ୍ୟରେ ରକ୍ତଦାନ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ କରାଯାଇଛି ।
ଫଳରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ରକ୍ତଭଣ୍ଡାରରେ ରକ୍ତ ଅଭାବ ସମସ୍ୟା ଦେଖାଦେଇଛି । ସଠିକ୍ ସମୟରେ ଥାଲାସେମିଆ, ସିକ୍କିଲ ସେଲ୍ ରୋଗୀଙ୍କ ପାଇଁ ରକ୍ତର ବନ୍ଦୋବସ୍ତ ହୋଇପାରୁନି ବୋଲି କହିଛ”ି କ୍ୟାପିଟାଲ ହସ୍ପିଟାଲର ବ୍ଲଡବ୍ୟାଙ୍କ୍ ଅଧିକାରୀ । ସମସ୍ତ ବ୍ଲଡିଗ୍ରୁପ୍ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ପ୍ରତିଦିନ ଯେଉଁ ହାରରେ ଲୋକଙ୍କୁ ରକ୍ତର ଆବଶ୍ୟକତା ପଡୁଛି, ବର୍ତ୍ତମାନର ସ୍ଥିତି ଲାଗିରହିଲେ ରକ୍ତଭଣ୍ଡାରରୁ ରକ୍ତ ଶେଷ ହୋଇଯାଇପାରେ ବୋଲି ଅଧିକାରୀ ଜଣକ କହିଛ”ି । ଅନ୍ୟପଟେ ଚାହୁଁଥିବା ଲୋକମାନେ ଆସି ରକ୍ତଦାନ କରିବାକୁ ସେ ଏଭଳି ପରିସ୍ଥିତିରେ ଅପିଲ କରିଛ”ି ।
ଏହାଛଡା ଭୁବନେଶ୍ୱରର ଦୁଇ ସରକାରୀ ଚିକିତ୍ସାଳୟ ବିଏମ୍‌ସି ହସ୍ପିଟାଲ ଏବଂ କ୍ୟାପିଟାଲ ହସ୍ପିଟାଲକୁ ପ୍ରତିଦିନ ହାରାହାରି ୪୦ଜଣ ଜଣ ରକ୍ତ ଅନିୟମିତତାରେ ପୀଡିତ ରୋଗୀ ଆସ”ି, ଯେଉଁମାନଙ୍କର କି ହେମୋଗ୍ଲୋବିନ୍ ସ୍ତର ୩-୪ରୁ ମଧ୍ୟ କମ୍ ରହିଥାଏ । ସେମାନଙ୍କୁ ଯଥାସମ୍ଭବ ରକ୍ତର ଆବଶ୍ୟକତା ରହିଥାଏ । ତେବେ ଏଭଳି ସମୟରେ ରକ୍ତର ଅଭାବ ଯୋଗୁଁ ବହୁ ରୋଗୀ ନିରାଶ ହୋଇ ଫେରିଯାଉଥିବାର ଦେଖିବାକୁ ମିଳୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking