27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଖାଲି ମଣିଷ ନୁହନ୍ତି କୁକୁର ଠାରେ ବି ଦେଖାଯାଇଛି କରୋନା

ଖାଲି ମଣିଷ ନୁହନ୍ତି କୁକୁର ଠାରେ ବି ଦେଖାଯାଇଛି କରୋନା

ହଙ୍ଗକଙ୍ଗ: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଥିବା ବେଳେ ମଣିଷ ପରେ କୁକୁରକୁ ଏହି ଘାତକ ଭାଇରସ ଡେଇଁଛି। ହଙ୍ଗକଙ୍ଗର ଏକ ପୋମେରାନିଅନ ପ୍ରଜାତିର କୁକୁର କରୋନାରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ୟଭୋନେ ଚାଓ ହଉ ୟେ ତାଙ୍କ କୁକୁର ଅସୁସ୍ଥ ହେବା ପରେ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ୟଭୋନେଙ୍କ ପାଳିତ କୁକୁରର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ କୁକୁରଟି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା କଥା ସ୍ପଷ୍ଟ କରିଥିଲେ ଡାକ୍ତର। ଏବେ ସେହି କୁକୁରଟିକୁ ୧୪ ଦିନ ପାଇଁ ସ୍ୱତନ୍ତ୍ର ଭାବରେ ଅଲଗା ରଖାଯିବ ବୋଲି ୟଭୋନେ କହିଛନ୍ତି। ମେଟ୍ରୋ ୟୁକେ ନାମକ ଏକ ଖବରକାଗଜରେ ଏହି ଏହି ରିପୋର୍ଟ ପ୍ରକାଶ ପାଇଛି। ଆଗ୍ରିକଲଚର, ଫିଶର ଏବଂ କଞ୍ଜରଭେସନ ଡିପାର୍ଟମେଣ୍ଟ ଏହି କୁକୁରର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମଥର ପାଇଁ ଜଣେ କୁକୁର ବା ପଶୁ ଶରୀରେ କରୋନା ଭାଇରସ ରହିଥିବା ଜଣାପଡ଼ିଛି। ଆଗାମୀ ଦିନରେ ପଶୁମାନଙ୍କ ଶରୀରରେ କରୋନା ସଂକ୍ରମିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
https://onakhabar.com/2020/02/29/noida-man-held-for-molesting-wifes-friend-at-his-house/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking