28.1 C
Bhubaneswar
Friday, March 29, 2024
Homeକରୋନାଋଷ ଆଣିଲା କରୋନା ଟିକା

ଋଷ ଆଣିଲା କରୋନା ଟିକା

ନୂଆଦିଲ୍ଲୀ: ଆସିଲା ବିଶ୍ୱର ପ୍ରଥମ କରୋନା ଟୀକା । ବିଶ୍ୱର ପ୍ରଥମ କରୋନା ଟୀକା ଆଣିଲା ଋଷ । ଏନେଇ ଆଜି ଋଷର ରାଷ୍ଟ୍ରପତି ପୁତିନ୍ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଭ୍ୟାକ୍ସିନକୁ ମଞ୍ଜୁରି ଦେଇଛି । ପୁତିନଙ୍କ ଝିଅକୁ ବିଶ୍ୱର ପ୍ରଥମ କରୋନା ଟୀକା ଦିଆଯାଇଛି । ଖୁବଶୀଘ୍ର ବିପୁଳ ପରିମାଣର ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି ଋଷ ରାଷ୍ଟ୍ରପତି ପୁତିନ କହିଛନ୍ତି ।
ନ୍ୟୁଜ୍ ଏଜେନ୍ସି AFPର ସୂଚନା ଅନୁଯାୟୀ, ଏହି ଟିକା ମସ୍କୋର ଗାମେଲିଆ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ କରାଯାଇଛି । ମଙ୍ଗଳବାର ଋଷର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ଟିକାକୁ ସଫଳ ବୋଲି କହିଛି । ଏହା ସହ ଭ୍ଲାଦିମର ପୁଟିନ ଘୋଷଣା କରିଛନ୍ତି ଯେ, ଖୁବ୍ ଶୀଘ୍ର ଋଷରେ ଏହି ଟିକା ଉତ୍ପାଦନ ଆରମ୍ଭ ହେବ ଏବଂ ବହୁ ସଂଖ୍ୟକ ଟିକା ପ୍ରସ୍ତୁତ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking