30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଚଳିତ ମାସ ଶେଷ ସୁଦ୍ଧା କରୋନା ଟିକା

ଚଳିତ ମାସ ଶେଷ ସୁଦ୍ଧା କରୋନା ଟିକା

ଭୁବନେଶ୍ୱର,(ଓଏନଏ): ଚଳିତମାସ ଶେଷ ସୁଦ୍ଧା ଓଡିଶାକୁ ଆସିଯାଇପାରେ କରୋନା ଟିକା । ଟିକା ଆସିବା ନେଇ ଆଶା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଚଳିତ ମାସ ୩୦ ତାରିଖ ସୁଦ୍ଧା ଟିକା ଆସିଯିବ ବୋଲି ସେ କହିଛନ୍ତି । ଟିକା ଆସିବା ପରେ ପ୍ରଥମେ କରୋନା ଯୋଦ୍ଧାମାନଙ୍କୁ ଦିଆଯିବ । ତା ପରେ ବୟସ୍କମାନଙ୍କୁ ଦେବା ପାଇଁ ଆଲୋଚନା ହୋଇଥିବା ସେ କହିଛନ୍ତି । ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଆସିଲେ ବ୍ୟବସ୍ଥା କରାଯିବ । ସୂଚନାଯୋଗ୍ୟ ଯେ, ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ସଂକ୍ରମଣ ଏବେ ବି ଜାରି ରହିଛି । ପ୍ରତିଦିନ ନୂଆ ମାମଲା ସାମ୍ନାକୁ ଆସୁଛି । ଅନ୍ୟପଟେ ବ୍ରିଟେନରେ ମିଳିଥିବା କରୋନାର ନୂଆ ଷ୍ଟ୍ରେନ ଚିନ୍ତା ବଢାଇଛି । ହେଲେ ଆଶ୍ୱସ୍ତିକର କଥା ଯେ, ଏବେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଛି । ତଥାପି ଲୋକଙ୍କ ମଧ୍ୟରେ କରୋନା ଭୟ ଯାଇନାହିଁ । ସରକାର ଏବେ ବି କରୋନା ନେଇ ସତର୍କ ବାର୍ତ୍ତା ପ୍ରଦାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking