37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗମାର୍ଚ୍ଚ ୧ ରୁ ବୟସ୍କଙ୍କୁ ଟିକା

ମାର୍ଚ୍ଚ ୧ ରୁ ବୟସ୍କଙ୍କୁ ଟିକା

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ଭାରତ ସରକାର ବୁଧବାର ଇଙ୍ଗ ଘୋଷଣା କରିଛନ୍ତି । ଦେଶରେ ୧ ମାର୍ଚ୍ଚରୁ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦେବା ଆରମ୍ଭ କରାଯିବ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ବୁଧବାର କ୍ୟାବିନେଟ ତଥ୍ୟ ଦେବା ସମୟରେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି, ୧ ମାର୍ଚ୍ଚରୁ ୪୫ ବର୍ଷ ରୁ ଅଧିକ ବୟସ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ । ଯିଏ ସାଂଘାତିକ ରୋଗରେ ଆକ୍ରାନ୍ତ ଥିବେ । ଦେଶର ୧୦ ହଜାର ସରକାରୀ ସେଣ୍ଟରରେ ଲୋକେ ଟିକା ନେଲେ ସେମାନଙ୍କୁ ମାଗଣାରେ ଟିକା ଦିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି, ଲୋକେ ଘରୋଇ ହସ୍ପିଟାଲରେ ଟିକା ନେଲେ ତାଙ୍କୁ ପଇସା ଦେବାକୁ ପଡିବ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଖୁବ ଶୀଘ୍ର ଟିକା ଦାମ୍ କୁହାଯିବ । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଘୋଷଣା କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀ ଟଙ୍କା ଦେଇ କରୋନା ଟିକା ନେବେ । ଅର୍ଥାତ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ସରକାରୀ କେନ୍ଦ୍ରରେ ମାଗଣାରେ ଟିକା ନେବେ ନାହିଁ ।
୧୬ ଜାନୁୟାରୀରୁ ୨୪ ଫେବୃୟାରୀ ପର୍ଯ୍ୟନ୍ତ ପ୍ରାୟ ୧.୦୭ କୋଟି ଲୋକଙ୍କୁ କରୋନା ଟିକା ଦିଆସରିଛି । ଅନ୍ୟପଟେ ୧୪ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆସରିଛି । ଏଠାରେ କହିରଖୁଛୁ ଯେ, ଭାରତରେ ଜାନୁୟାରୀରେ କରୋନା ଟିକାକରଣ ଆରମ୍ଭ ହୋଇସାରିଛି । ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଦେଶବାସୀଙ୍କୁ ଟିକା ଦିଆଯାଉଛି । ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇସାରିଥିବା ବେଳେ ମହାରାଷ୍ଟ୍ର-କେରଳ ଭଳି ରାଜ୍ୟମାନଙ୍କରେ କରୋନା ଜନିତ ମାମଲାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଫଳରେ କିଛି ରାଜ୍ୟରେ ଲକ ଡାଉନ ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking