32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଭାରତ ନେଉଛି କରନା ସଂଜୀବନୀ, ଗୁଣୁପୁର ରେ ପ୍ରଥମ ଟୀକା ନେଲେ ଜଣେ ଯୁବ...

ଭାରତ ନେଉଛି କରନା ସଂଜୀବନୀ, ଗୁଣୁପୁର ରେ ପ୍ରଥମ ଟୀକା ନେଲେ ଜଣେ ଯୁବ ଡାକ୍ତର

ଗୁଣୁପୁର: ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବ ବୃହତ କୋରନା ଟୀକାକରଣ କାର୍ଯ୍ୟକ୍ରମ କୁ ଆଜି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହା ପରେ ସମଗ୍ର ଦେଶରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଜି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଏନେଇ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗ ର 100 ଜଣଙ୍କୁ ଏହି ଟୀକା ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଛି । ଏଠାରେ ପ୍ରଥମ ଟୀକା ସ୍ତ୍ରୀ ଓ ପ୍ରସୂତୀ ବିଭାଗୀୟ ଡାକ୍ତର ରତିକାନ୍ତ ସାହୁ ଗ୍ରହଣ କରିଥିଲେ । ଟୀକା ନେବାପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଇ ନ ଥିଲା । ଭାରତ ସରକାରଙ୍କ ଏହା ଏକ ବଡ଼ ସଫଳତା । ତେଣୁ ବିନା ଭୟ ଓ ସଂକୋଚ ରେ ଏହି ଟୀକା ନେବା ପାଇଁ ଟୀକା ଗ୍ରହଣ କରିଥିବା କରନା ଯୋଦ୍ଧା ମାନେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking