39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୮୩ ଛୁଇଁଲା, ହସ୍ପିଟାଲରୁ ୫ ସନ୍ଦିଗ୍ଧ ଫେରାର

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୮୩ ଛୁଇଁଲା, ହସ୍ପିଟାଲରୁ ୫ ସନ୍ଦିଗ୍ଧ ଫେରାର

ନୂଆଦିଲ୍ଲୀ:ଭାରତରେ କରୋନା ଭୂତାଣୁ ଜନିତ ଆକ୍ରାନ୍ତ ସଂଖ୍ୟା ଶନିବାର ସୁଦ୍ଧା ୮୩ ଛୁଇଁଛି। ଶୁକ୍ରବାର ବିଳମ୍ବିତ ରାତିରେ ଅହମଦନଗର ଏବଂ ମୁମ୍ବଇରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଏହା ବ୍ୟତୀତ ଶୁକ୍ରବାର ସୁଦ୍ଧା ଦେଶରେ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ କରୋନାରେ ଆକ୍ରାନ୍ତ ଥିବା ଦିଲ୍ଲୀର ଜଣେ ୬୮ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ କର୍ଣ୍ଣାଟକର କାଲାବୁରାଗି ଅଞ୍ଚଳରେ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା।
ଅନ୍ୟପଟେ ନାଗପୁରର ମାୟୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୫ କରୋନା ସନ୍ଦିଗ୍ଧ ଆଇସୋଲେଶନ ୱାର୍ଡରୁ କେଉଁଆଡେ ପଳାଇଛନ୍ତି। ଏହି ୫ ଜଣଙ୍କ ମଧ୍ୟରୁ ଜଣକ ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ଅନ୍ୟ ୪ ଜଣଙ୍କର ରିପୋର୍ଟ ଆସିନାହିଁ। ସେମାନଙ୍କୁ ଠାବ କରାଯାଇଛି ଏବଂ ଖୁବଶୀଘ୍ର ହସ୍ପିଟାଲରେ ପୁଣି ଭର୍ତ୍ତି କରାଯିବ ବୋଲି ନାଗପୁର ପୁଲିସ ପକ୍ଷରୁ କୁହାଯାଇଛି।
https://onakhabar.com/2020/03/14/second-coronavirus-death-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking