37.1 C
Bhubaneswar
Thursday, March 28, 2024
Homeକରୋନାକରୋନା ମୃତ୍ୟୁରେ ଚୀନକୁ ଟପିଲା ଇଟାଲୀ

କରୋନା ମୃତ୍ୟୁରେ ଚୀନକୁ ଟପିଲା ଇଟାଲୀ

ରୋମ: ମହାମାରୀ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ଗୁରୁବାର ୧୦ହଜାର ନିକଟତର ହୋଇଛି । ଚାଇନାରେ ସ୍ଥିତି ସୁଧୁରୁଥିବାବେଳେ ବିଶ୍ୱର ଅନ୍ୟ ଦେଶ ଗୁଡିକରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଶେଷକରି ଇଟାଲୀର ଅବସ୍ଥା ଶୋଚନୀୟ ହୋଇପଡିଛି । ଗୁରୁବାର କରୋନା ଜନିତ ମୃତ୍ୟୁ ମାମଲାରେ ଇଟାଲୀ ଚୀନକୁ ଟପି ଯାଇଛି । ୧୭୬ ରାଷ୍ଟ୍ରକୁ କରୋନା ଭାଇରସ୍‌ ବ୍ୟାପିଛି । ବିଶ୍ବବ୍ୟାପୀ ୨୨୭,୭୬୪ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି ଏବଂ ୯,୩୦୮ ଜଣଙ୍କ ମୃତ୍ୟୁ ହୋଇଛି । ୟୁରୋପୀୟ ରାଷ୍ଟ୍ର ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୮୦୦ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୩୪୦୫ରେ ପହଞ୍ଚିଛି । କରୋନା ମୃତ୍ୟୁ କ୍ଷେତ୍ରରେ ଇଟାଲି ଏବେ ଚୀନ୍‌କୁ ଟପି ଯାଇଛି । ଚୀନ୍‌ରେ କରୋନା ଯୋଗୁଁ ମୋଟ ୩୨୪୫ ଲୋକଙ୍କ ମୃତ୍ୟୁ ହୋଇଥିଲା । ଇଟାଲିରେ ଏବେ ସ୍ଥିତି ଅତ୍ୟନ୍ତ ଭୟାନକ ରୂପ ନେଇଛି । ସେହିଭଳି ଇରାନ୍‌ରେ ମୃତ୍ୟୁସଂଖ୍ୟା ୧୨୮୪ ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୫୦୦ ଟପିଛି । ଇରାନ୍‌ ସ୍ଥିତି ସାଂଘାତିକ ହୋଇପଡ଼ିଛି । ଇରାନ୍‌ରେ ପ୍ରତି ୧୦ ମିନିଟ୍‌ରେ ଜଣଙ୍କର କରୋନା ଭାଇରସ୍‌ରେ ମୃତ୍ୟୁ ହେଉଛି ଏବଂ ୫୦ ଜଣ ଭାଇରସ୍‌ ଆକ୍ରାନ୍ତ ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଜର୍ମାନୀ‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୮୩ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା‌ ୩୦ ଟପିଛି। ଫ୍ର‌ାନ୍ସରେ ବି ସ୍ଥିତି ଜଟିଳ ରହିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୩୪ ଥିବାବେଳେ ମୃତ୍ୟୁସଂଖ୍ୟା ୩୦୦ରେ ପହଞ୍ଚିଛି ।
ଗୁରୁବାର ବିଶ୍ୱରେ ମୋଟ ୧ ହଜାର ୧୦ଜଣରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଛି । ଇଟାଲୀ ପରେ ସ୍ପେନରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସ୍ପେନ୍‌ରେ ମୃତ୍ୟୁସଂଖ୍ୟା ୭୬୭ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୧୪୭ ପହଞ୍ଚିଛି । ସେହିପରି ଇରାନୀରେ ୧୪୯, ଫାନ୍ସରେ ୩୦୦, ୟୁକେରେ ୪୦, ଆମେରିକାରେ ୨୧, ନେଦରଲ୍ୟାଣ୍ଡରେ ୧୮ ଓ ଜର୍ମାନୀରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ଗୁରୁବାର ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୯୮,୯୫୩ରୁ ଅଧିକ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୯,୮୦୪ରେ ପହଞ୍ଚିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୮୬ ହଜାର ୬୮୧ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଋୁଷ ଓ ମେକ୍ସିକୋରେ କରୋନା ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିବା ବେଳେ ୟୁରୋପରୁ ଆରମ୍ଭ କରି ଏସିଆ ମହାଦେଶର ଏକାଧିକ ସ୍ଥାନର ସୀମା ସିଲ କରିଦିଆଯାଇଛି । ବିଶେଷ କରି ଇରାନ, ଇଟାଲୀ ଓ ସ୍ପେନ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ଏଠାକାର ସରକାର ମାନେ ନିଜ ନିଜ ଦେଶକୁ ସମ୍ପୂର୍ଣ୍ଣ ଲକ ଡାଉନ କରିଦେଇଛନ୍ତି । ଏକାଧିକ ବିମାନ କମ୍ପାନୀ ମଧ୍ୟ ସେମାନଙ୍କ ସେବା ବନ୍ଦ କରିଦେଇଛନ୍ତି । ଇରାନରେ ଗତ ୨୪ଘଣ୍ଟାରେ ୧୪୯ରୁ ଉର୍ଦ୍ଧ୍ୱ ଜୀବନ ଯାଇଛି । ଫଳରେ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୮୪ରୁ ଉର୍ଦ୍ଧ୍ୱ ହୋଇଛି । ସ୍ପେନରେ ଗତକାଲି ମୃତ୍ୟୁ ସଂଖ୍ୟା ୫୯୮ରେ ଥିବାବେଳେ ଆଜି ୭୬୭ରେ ପହଞ୍ଚି ଯାଇଛି । ଏଠାରେ ୧୭,୧୪୭ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking