28.1 C
Bhubaneswar
Saturday, April 20, 2024
Homeକରୋନାରାଜ୍ୟରେ ୬୦୦ ମୁହାଁ କୋରନା ସଂକ୍ରମଣ

ରାଜ୍ୟରେ ୬୦୦ ମୁହାଁ କୋରନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଚିନ୍ତା ବଢାଇଛି କୋରନା । ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକରୁ ଅଧିକ ବଢିବାରେ ଲାଗିଛି । ରାଜ୍ୟରେ ୬୦୦ ମୁହାଁ କୋରନା ସଂକ୍ରମଣ ହେବାକୁ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୮୮ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେନଟାଇନରୁ ୩୪୨ ଜଣ ଓ ୨୪୬ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରେ ୬୪, ନୂଆପଡାରେ ୨୯, ବରଗଡରେ ୨୧, ସୁନ୍ଦରଗଡରେ ୮୪,କଟକରେ ୩୦, ଅନୁଗୁଳରେ ୩୨,ମୟୁରଭଞ୍ଜରେ ୧୩, ଷ୍ଟେଟପୁଲରେ ୨୩,ସମ୍ବଲପୁରରେ ୨୮,ପୂରୀରେ ୨୪, ବଲାଙ୍ଗୀରରୁ ଓ ସୁବର୍ଣ୍ଣପୁରରୁ ୧୧ ,ଗଞ୍ଜାମରୁ ୨୭ ,ବାଲେଶ୍ୱରରୁ ୧୩, ଯାଜପୁରରୁ ୧୫ ନବରଙ୍ଗପୁରରୁ ୩ ଓ ଝାରସୁଗଡାରୁ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୮୫୬ କୁ ବୃଦ୍ଧି ହୋଇଛି । ତେବେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୮ ହଜାର ୧୫୦ ଜଣ ଓ ୩୭୩୧ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking