34.1 C
Bhubaneswar
Friday, March 29, 2024
Homeକରୋନାରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ୭୮୯ ସଂକ୍ରମିତ

ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ୭୮୯ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢିବାକୁ ଲାଗିଛି କୋରନା ସଂକ୍ରମଣ । ନୂତନ ଷ୍ଟ୍ରେନ ସହ ଏହି ସଂକ୍ରମଣ ବଢିବାରେ ଲାଗିଛି । ଲଗାତର ଭାବେ ଏହି ସଂକ୍ରମଣ ସଂଖ୍ୟା ବଢି ଆଜି ୧ ଲକ୍ଷ ୨୬ ହଜାର ୭୮୯ ଅତିକ୍ରମ କରିଛି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୯ ଲକ୍ଷ ୨୮ ହଜାର ୫୭୪ କୁ ବୃଦ୍ଧି ହୋଇଛି । ତେବେ ୨୪ ଘଣ୍ଟାରେ ୬୮୫ ଜଣଙ୍କ ମୃ୍‌ତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬ ହଜାର ୮୬୨ ରେ ପହଞ୍ଚିଛି ।

ତେବେ ଦେଶରେ ୯ ଲକ୍ଷ ୧୦ ହଜାର ୩୧୯ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୧ କୋଟି ୧୮ ଲକ୍ଷ ୫୧ ହଜାର ୩୯୨ ଜଣ । ତେବେ ଆଜି ଯାଏଁ ମୋଟ ୯ କୋଟି ୧ ଲକ୍ଷ ୯୮ହଜାର ୬୭୩ ଜଣ କୋରନା ଟୀକା ନେଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking