34.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୯,୦୭୮ କୋରନା ରୋଗୀ

ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୯,୦୭୮ କୋରନା ରୋଗୀ

ନୂଆଦିଲ୍ଲୀ : ଦେଶରେ କୋରନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଥିବା ବେଳେ ବ୍ରିଟେନରୁ ଆସିଥିବା ନୂଆ ଷ୍ଟ୍ରେନ ଦେଶରେ ଭୟ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯ ହଜାର ୦୭୮ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୭୪ହଜାର ୯୩୨ କୁ ବୃଦ୍ଧି ହୋଇଛି । ତେବେ ୨୪ ଘଣ୍ଟାରେ ୨୬୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୧୧୪ ରେ ପହଞ୍ଚିଛି । ତେବେ ଦେଶରେ ୨ ଲକ୍ଷ ୨୭ ହଜାର ୫୪୬ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୯ ଲକ୍ଷ ୯୭ ହଜାର ୨୭୨ ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking