34.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରୁ ଆଉ ୬୮୧ କରୋନା ପଜିଟିଭ୍‌ ଚିହ୍ନଟ, ୦-୧୮ ବର୍ଷ ଭିତରେ ୧୧୮ ଜଣ

ରାଜ୍ୟରୁ ଆଉ ୬୮୧ କରୋନା ପଜିଟିଭ୍‌ ଚିହ୍ନଟ, ୦-୧୮ ବର୍ଷ ଭିତରେ ୧୧୮ ଜଣ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଆଜି ପୁଣି ୬୮୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୯୮ ଓ ସ୍ଥାନୀୟ ଅଞ୍ଚଳରୁ ୨୮୩ ଜଣ ଚିହ୍ନଟ ହେବା ସହ ୧୧୮ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଅନୁଗୁଳ ୧୮, ବାଲେଶ୍ୱର ୩୪, ବରଗଡ ୧୪, ଭଦ୍ରକ ୯ ଓ ବଉଦ ଜିଲାରେ ୩ ଜଣ ଚିହ୍ନଟ ହୋଇଛନ୍ତି। କଟକ ଜିଲାରେ ୧୦୧, ଦେବଗଡ ୯, ଢେଙ୍କାନାଳ ୧୯, ଗଞ୍ଜାମ ୧୩ ଓ ଜଗତସିଂହପୁରରେ ୧୯ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲାରେ ୩୩, ଝାରସୁଗୁଡା ୫, କଳାହାଣ୍ଡି ୪, କେନ୍ଦ୍ରାପଡା ୯, କେନ୍ଦୁଝର ୧୦, ଖୋର୍ଦ୍ଧା ୨୨୨ ଓ କୋରାପୁଟରେ ୩ ଚିହ୍ନଟ ହୋଇଛନ୍ତି।

ମାଲକାନଗିରିରେ ୩, ମୟୁରଭଞ୍ଜ ୨୭, ନବରଙ୍ଗପୁର ୧, ନୟାଗଡ ୧୦ ଓ ପୁରୀରେ ୨୬ ଚିହ୍ନଟ ହୋଇଛନ୍ତି। ସେହିଭଳି ରାୟଗଡାରେ ୫, ସମ୍ବଲପୁର ୧୦, ସୋନପୁର ୬, ସୁନ୍ଦରଗଡ ୨୦ ଓ ଷ୍ଟେଟପୁଲରୁ ୪୮ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୫୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୭୪ ରହିଥିବା ବେଳେ ୭ ହଜାର ୧୮୬ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking